No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୫ ଜୁଲାଇ ମଙ୍ଗଳବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟରେଜିଲ୍ଲା ସ୍ତରୀୟ ବକୃତା,ପ୍ରବନ୍ଧ,କବିତା ଆବୃତ୍ତି, ଏବଂ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ଓ ଈରାଜୀରୁ ଓଡ଼ିଆ ଅନୁବାଦ ପ୍ରଭୁତି କୁ ନେଇ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ୭ ଗୋଟି ବ୍ଲକ ର ୫୬ଜଣ ପ୍ରତିଯୋଗୀ ଉପସ୍ଥିତ ଥିଲେ। ସେଥିମଧ୍ୟରୁ ପ୍ରତି ବର୍ଗ ଓ ବିଷୟରେ ହୋଇଥିବା ୨୪ଜଣ ପୁରସ୍କୃତ ହେଲେ। ଜିଲ୍ଲା ସ୍ତରରେ ବିଜୟ ଲାଭ କରିଥିବା ୦୮ ଜଣ ଛାତ୍ର/ଛାତ୍ରୀଙ୍କୁ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ୧୦.୦୭.୨୦୨୨
( କନିଷ୍ଠ) ୧୦.୦୭.୨୦୨୨, ଏବଂ ୧୭.୦୭.୨୦୨୨ (ବରିଷ୍ଠ) ମାନେ ନିଜନିଜର ଗାଇଡ ଙ୍କ ସହ ବକ୍ସିଜଗବନ୍ଧୁ ବିଦ୍ୟାଧମହାବିଦ୍ୟାଳୟ,ରେ ଅନୁଷ୍ଠୀତ ରାଜ୍ୟ ସ୍ତରୀୟପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବେ। ଜିଲ୍ଲା ପ୍ରଶାସନ (ସଂସ୍କୃତି ବିଭାଗ) ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ସାରସ୍ବତ ଦକ୍ଷାତାଭିତିକ କାର୍ଯ୍ୟକ୍ରମ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ,ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ଗଜପତି,ବିଚିତ୍ରାନନ୍ଦ ବେବର୍ତ୍ତା,ସାତ୍ମିକ ପଟନାୟକ,ଭାଗବତ ପାଢ଼ୀ,ନରସିଂହ ବାଜବନ୍ଧୁ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଆଶାଲତା ପାଣିଗ୍ରାହୀ, ଶ୍ୱେତI ପଟନାୟକ,ସସ୍ମିତା ମହାପାତ୍ର, ସ୍ନିଗ୍ଧା ମିଶ୍ର, ପ୍ରଭୃତି ବିଚାରକ ଥିଲେ।

No Result
View All Result