ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ଦ୍ୱିତୀୟ ଶ୍ରୀକ୍ଷେତ୍ର ରେ ଗତକାଲି ଘୋଷଯାତ୍ରା ପାଳିତ ହୋଇଯାଇଛି ଏଠାରେ ପୁରୀ ର ନିତିକାନ୍ତି ଅନୁଯାୟୀ ଠାକୁର ପହଣ୍ଡି ହୋଇ ରଥାରୁଢ଼ ହେବାପରେ ରଣପୁର ରାଜା ଛେରାପହଁରା କରିଥିଲେ ତାପରେ ରଥ ଟଣl ଆରମ୍ଭ କରାଯାଇଥିଲା ଏହି ଅବସରରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେରଖି
ଭକ୍ତମାନଙ୍କପାଇଁ TPCODL ତରଫରୁ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଏକ ଦହିପଣାର ଆୟୋଜନ କରାଯାଇଥିଲା ଏଥିରେ ସମସ୍ତ କର୍ମଚାରୀ ତଥା ବିକାଶ ସେନାପତି,ଲଷ୍ମୀଧର ପଣ୍ଡା,ସୁବ୍ରତ କୁମାର ସାହୁ, ଜ୍ୟୋତିରଞ୍ଜନ, ଜୀବନ ମହାରଣା,ସୁଶୀଲ,ସୁବାଶିଷ ଓଝା, ଅଶୋକ, ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।















