ଓଡ଼ିଶା ତାଜା ନ୍ୟୁଜ୍/୧ ଜୁଲାଇ ଶୁକ୍ରବାର/ପାରଳାଖେମୁଣ୍ଡି :- ଆସନ୍ତା ୨ମାସ ମଧ୍ୟରେ ପାରଳାଖେମୁଣ୍ଡି ଷ୍ଟେସନର ପ୍ଲାଟଫର୍ମ ଉଚ୍ଚତା ବୃଦ୍ଧି ସହ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାର ବ୍ୟବସ୍ଥା କରାଯିବଏଥିପାଇଁ ପ୍ରକଳ୍ପ ମଞ୍ଜୁରୀ ହୋଇସାରି ଟଙ୍କା ଆସିସାରିଛି । ଅତିଶୀଘ୍ର ଏହାର ଟେଣ୍ଡର ପ୍ରକ୍ରିୟା ସରିବା ପରେ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ସମ୍ଭବ ଏହା ସମ୍ପୂର୍ଣ୍ଣ କରାଯିବ ।ଗସ୍ତ ଖବର ଶୁଣି ସ୍ଥାନୀୟ ଲୋକେ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ପାରଳଖେମୁଣ୍ଡି ରେଳଷ୍ଟେସନରେ ଅପେକ୍ଷା କରି ରହିଥିଲେ । ଅପରାହ୍ନ ପ୍ରାୟ ସାଢେ ୩ଟା ସମୟରେ ସ୍ବତନ୍ତ୍ର ରେଳ ଯୋଗେ ପାରଳାଖେମୁଣ୍ଡିରେ ସେ ପହଞ୍ଚିଥିଲେ ।
ପାରଳାଖେମୁଣ୍ଡି ଷ୍ଟେସନରେ ଓହ୍ଲାଇ ଏଠାକାର ଭଲମନ୍ଦ କଥା ପଚାରି ବୁଝିବା ସହ ସ୍ଥାନୀୟ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିଥିଲେପ୍ରକ୍ରିୟା ସରିବା ପରେ କାମ ଆରମ୍ଭ କରାଯିବ । ଯେତେ ଶୀଘ୍ର ସମ୍ଭବ ଏହା ସମ୍ପୂର୍ଣ୍ଣ କରାଯିବ । ବୁଧବାର ଗସ୍ତ ସମୟରେ ପାରଳାଖେମୁଣ୍ଡି ଠାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ବିଶାଖପାଟଣା ରେଳ ଡିଭିଜନର ଡିଆରଏମ୍ ଅନୁପ ଶତପଥୀଏହି ସମୟରେ ସ୍ଥାନୀୟ ଲୋକେ ରେଳଯାତ୍ରା ସମୟରେ କିଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେନେଇ ତିଆରଏମଙ୍କୁ ଅବଗତ କରାଇବା ସହ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏହାପରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା ବେଳେ ଡିଆରଏମ ଅନୁପ ଶତପଥୀ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ , ଲୋକଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ।
ବର୍ତ୍ତମାନ ଏଠାକାର ମୁଖ୍ୟ ସମସ୍ୟା ହେଉଛି ପ୍ଲାଟଫର୍ମ ।ତେଣୁ ଏହାର ସମାଧାନ ପାଇଁ ଲୋକେ ଦାବି କରିଛନ୍ତି । ଏଥିପାଇଁ ରେଳ ବିଭାଗ ମଧ୍ୟ ସଚେତନ ରହିଛି । ତେଣୁ ଏହାର ଉଚ୍ଚତା ବୃଦ୍ଧି ପାଇଁ ବର୍ତ୍ତମାନ ଟଙ୍କା ଆସି ସାରିଛି । ଏହାର ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ଏହା ସରିବା ପରେ ୨ମାସ ମଧ୍ୟରେ କାମ ଆରମ୍ଭ ହେବ ଏବଂ ଯଥା ଶୀଘ୍ର ତାହା ସରିବା ପାଇଁ ପ୍ରୟାସ କରାଯିବ । ଏହି ସମୟରେ ଷ୍ଟେସନରେ ପାନୀୟ ଜଳ, ବିଦ୍ୟୁତ ଭଳି ମୌଳିକ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି













