ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ବରଗଡ଼ :- ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ୍ ଠାରେ ଆଜି ଜିଲ୍ଲା ସ୍ତରୀୟ କାୟାକଳ୍ପ ପୁରସ୍କାର ଓ ସମର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୁଲ୍ୟରେ ଅନୁଷ୍ଠିତ ସମର୍ଦ୍ଧନା ଉତ୍ସବ କୁ ଜିଲ୍ଲାପାଳ ମନୀଷା ବାନାର୍ଜୀ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସାଧୁ ଚରଣ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମର୍ଦ୍ଧନା ସଭା ରେ ଜିଲ୍ଲାର ପ୍ରଥମ ସ୍ଥାନ ଅଧିକାର କରି ଥିବା ପଦ୍ମପୁର ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ମେଲଚ୍ଛାମୁଣ୍ଡା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨ ଲକ୍ଷ ଟଙ୍କା ପୁରସ୍କୃତ କରାଯିବା ସହ ଟ୍ରଫି ଓ ମାନପତ୍ର ଦ୍ଵାରା ସମର୍ଦ୍ଧନା ଜ୍ଞାପନ କରାଯାଇଥିଲା ।
ଡାକ୍ତର ଆଦିତ୍ୟ କୁମାର ଭୋଇ, ଡାକ୍ତର ଦେବାଶିଷ ରଥ ଓ କର୍ମଚାରୀଙ୍କ ଉପସ୍ଥିତ ରହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ବିଜେପୁର ପହଣ୍ଡି ସ୍ବାସ୍ଥ୍ୟ କେନ୍ଦ୍ର କୁ ଦ୍ବିତୀୟ ଶ୍ରେଷ୍ଠ କାୟାକଳ୍ପ ପୁରସ୍କାର କ୍ରମେ ୧ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା । ବରଗଡ଼ ସହରାଞ୍ଚଳ ହାଟପଦା ସ୍ଥିତ ଏମ୍ ଏମ୍ ସି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର କୁ ରାଜ୍ୟ ର ଫାଷ୍ଟ ରନର୍ସ ଅଫ୍ ପୁରସ୍କାର ବାବଦକୁ ଦେଢ଼ ଲକ୍ଷ ଟଙ୍କା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା ।
ସ୍ବାସ୍ଥ୍ୟ କେନ୍ଦ୍ର ର ମେଡିକାଲ ଅଫିସର ଡାକ୍ତର ନୁପୁର ପାଢ଼ୀ ତାଙ୍କ ସହକର୍ମୀ ମାନଙ୍କ ଉପସ୍ଥିତି ରେ ପୁରସ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଜିଲ୍ଲା ର ୩୪ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଉତ୍ତମ ସେବା ଓ ସ୍ୱଚ୍ଛ ପରିବେଶ ପାଇଁ ଜିଲ୍ଲାପାଳ ସମର୍ଦ୍ଧନା ଜ୍ଞାପନ କରିଥିଲେ । ଏଠାରେ ଉଲ୍ଲେଖଯୋଗ୍ୟ କାୟାକଳ୍ପ ପୁରସ୍କାର ଡାକ୍ତରଖାନାର ସ୍ବଚ୍ଛତା,ସେବାର ଗୁଣବତ୍ତା ସହ ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମାନଦଣ୍ଡ କୁ ନେଇ ପ୍ରଦାନ କରାଯାଇଥାଏ ।














