No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ, ବିଭିନ୍ନ କ୍ଷେତ୍ରରେ ପାଣ ଖ୍ରୀଷ୍ଟିଆନ ମାନଙ୍କ ଦ୍ୱାରା ଦେଖା ଦେଉଥିବା ସମସ୍ୟା ଓ ଅନ୍ୟାନ୍ୟ ଘଟଣାର ସମାଧାନ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ଓ ଜନ ଜାଗରଣ ସୃଷ୍ଟି କରିବା ପାଇଁ ବିଭିନ୍ନ ସଚେତନତା ସଭା ଓ ବାଇକ ରାଲୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲା ପ୍ରଭାରି ଶ୍ରୀ ତରଣୀ ସେନ ଦାସଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ବିଶ୍ୱହିନ୍ଦୁ ପରିଷଦ , ବସଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବହୁ ନେତୃବୃନ୍ଦ ଯୋଗଦେଇ ହିନ୍ଦୁତ୍ୱ ଓ ଗୋ-ମାତାର ସୁରକ୍ଷା ଉପରେ ସେମାନଙ୍କ ମତ ରଖିଥିଲେ ।ମୁଖ୍ୟତଃ ଆଦିବାସୀ ବହୁଳ ବଣ-ପାହାଡ଼ ଘେରା ଶାନ୍ତି-ମୈତ୍ରୀ , ସଂସ୍କତି ଓ ପରମ୍ପରା ସମ୍ପନ୍ନ ଗଜପତି ଜିଲ୍ଲାରେ ଆଦିବାସୀଙ୍କ ନିରୀହତା ଓ ଅସଚେତନତାର ସୁଯୋଗ ନେଇ ଅରାଷ୍ଟ୍ରୀୟ ଶକ୍ତିର ଷଡଯନ୍ତ୍ରରେ ସମ୍ପୃକ୍ତ ଅଞ୍ଚଳରେ ପାଣ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ବିଭିନ୍ନ ସମୟରେ ଆଶାନ୍ତି ଓ ଅରାଜକତା ସୃଷ୍ଟି ହୋଇଆସୁଛି । ଏମିତି କି ତିନୋଟି ମୁଖ୍ୟ ବିଷୟ ଯାହାକି , ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସେବା ଓ ଶିକ୍ଷା ନାମରେ ମିଥ୍ୟା ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ କରିବା ,
ହିନ୍ଦୁମାନଙ୍କ ଜମି ଜବରଦଖଲ କରି ଘର ତିଆରି ଓ କୃଷି କାର୍ଯ୍ୟ କରିବା ଏବଂ ସରଳ ଓ ନିରୀହ ଆଦିବାସୀ ଝିଅ ମାନଙ୍କୁ ରୋଜଗାର ଓ ଚାକିରୀ ଦେବା ନାମରେ ଅପହରଣ କରିବା ଏ ସବୁ ସେମାନଙ୍କ ଚିରାଚରିତ ଅଭ୍ୟାସରେ ପରିଣତ ହୋଇଗଲାଣି ବୋଲି ଅନୁଷ୍ଠିତ ପ୍ରତିବାଦ ସଭାରେ ବିଶ୍ବ ହିନ୍ଦୁ ପରିଷଦ , ବଜରଙ୍ଗ ଦଳ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ନେତୃବୃନ୍ଦ ସେମାନଙ୍କ ଅଭିଭାଷଣ\’ରେ ଦୃଢ ଅଭିଯୋଗ ଆଣିଥିଲେ ।ସେମାନେ ଅଭିଯୋଗ କରି କହିଥିଲେ ଯେ , ଗଜପତି ଜିଲ୍ଲାରେ ଦୀର୍ଘବର୍ଷ ହେଲା ବଢ଼ି ଚାଲିଥିବା, ଧର୍ମା ନ୍ତରୀକରଣ , ଗୋ-ଚାଲାଣ , ଗୋ-ହତ୍ୟା , ଲଭ ଜେହାଦ ,ବାଙ୍ଗଲାଦେଶୀ ଅନୁପ୍ରବେଶ କାରୀ , ଜମିଜମା ଗୋଷ୍ଠୀ ସଂଘର୍ଷ ଓ ଜାଲ ଜାତିଗତ ସାର୍ଟିଫିକେଟ ମାଧ୍ୟମରେ ନିଯୁକ୍ତି ପ୍ରଦାନ ପ୍ରଭୃତି ବଢିଚାଲିଛି ।
ଏହା ଉପରେ ବିଭିନ୍ନ ସମୟରେଜିଲ୍ଲା ପ୍ରଶାସନ ଠାରେ ବାରମ୍ବାର ଲିଖିତ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏ ଦିଗରେ କୋଣସି ପ୍ରକାର ପ୍ରଶାସନିକ ରୋକ ଲଗା ଯାଇପାରୁନି ।ଯାହାକି , ଏସବୁ ଦିଗରେ ଜିଲ୍ଲାବ୍ୟାପି ଜନ ଜାଗରଣ ସୃଷ୍ଟି କରାଇବା ଉଦ୍ଦେଶ୍ୟରେ ଏହିସବୁ କାର୍ଯ୍ୟକ୍ରମ ଉଦ୍ଧିଷ୍ଟ ବୋଲି କୁହାଯାଇଛି ।ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରାରେ ଗଜପତି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ଭାଇମାନେ ବାଇକ୍ ଯୋଗେ ଆସି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ନାରାୟଣ ପୁର ଗ୍ରାମସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା-ମନ୍ଦିର ପରିସର ଠାରେ ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ପହଞ୍ଚି ସେଠାରୁ ପୁଣି ଶୋଭାଯାତ୍ରା ବାହାରି , ଆର୍: ସୀତାପୁର ଗ୍ରାମ ଉପକଣ୍ଠରେ ଥିବା “ଜଗନ୍ନାଥ ନିକେତନ” ଅନୁଷ୍ଠାନ ନିକଟରେ ପହଞ୍ଚିବା ପରେ ସେଠାରେ ନଗର ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ବାଗତ ବ୍ୟବସ୍ଥା କରା ଯାଇଥିଲା ।
ସେଠାରୁ ପୁଣି ଜନ ଜାଗରଣ ବାଇକ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇ ମଧ୍ୟାହ୍ନ ୧୨ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଏକ ପ୍ରତିବାଦ ସଭା କରିଥିଲେ । ସଭା ପରେ ଏକ ତେର ଜଣିଆ ପ୍ରତିନିଧି ଦଳ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡାଙ୍କ ସହ ସାକ୍ଷାତ ଆଲୋଚନା କରି ଉପରୋକ୍ତ ଦୀର୍ଘ ଦିନର ମୁଖ୍ୟ ସମସ୍ୟା ଗୁଡିକର ସମାଧାନର ପଦକ୍ଷେପ ନେବା ପାଇଁ ସ୍ମାରକପତ୍ର ପ୍ରଦାନ କରିଥିଲେ ।ଏହି ସମାବେଶ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ବହିନ୍ଦୁ ପରିଷଦର ଜିଲ୍ଲା ଉପ ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ , ଜିଲ୍ଲା ସମ୍ପାଦକ ଶ୍ରୀନରେଶ ଜାନୀ , ଜିଲ୍ଲା କୋଷାଧ୍ୟକ୍ଷ୍ୟଶ୍ରୀହରିମୋହନ ପଟନାୟକ ,
ପାରଳା ନଗର ସଭାପତି ଶ୍ରୀ କୈଳାଶ ପଟନାୟକ , ବରିଷ୍ଠ କର୍ମକର୍ତ୍ତା ଶ୍ରୀ ପିତାମ୍ବର ମଣ୍ଡଳ , ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ଶ୍ରୀ ମାନସ , ଜିଲ୍ଲା ସମ୍ପାଦକ ଶ୍ରୀ ଲୋକନାଥ ମିଶ୍ର , ପାରଳା ନଗର ସଭାପତି ଶ୍ରୀ ମନୋଜ ଦାସ , ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘର ବିଭାଗ ଶାରୀରିକ ପ୍ରମୁଖ ଶ୍ରୀ ଜୁରିଆ ଜାନୀ , ଜିଲ୍ଲା କାର୍ଯ୍ୟବାହ ଶ୍ରୀ ଅମୁଲ୍ୟ ପାତ୍ର ଏବଂ ଶ୍ରୀ ଅନାଦୀ ପାଣିଗ୍ରାହୀ ପ୍ରମୁଖଙ୍କ ସମେତ ମହନ୍ତ ମହାରାଜ ଶ୍ରୀ ରାମାନନ୍ଦ ଦାସଜୀ ଏବଂ ମହନ୍ତ ମହାରାଜ ଶ୍ରୀ ମଦନ ମୋହନ ଦାସ ଓ ଅନ୍ୟାନ୍ୟ ସାଧୁସନ୍ଥ ଯୋଗ ଦେଇଥିଲେ ।

No Result
View All Result