ସେ ରଥ କରିବା ବେଳେ ତାଙ୍କୁ ଭିନ୍ନ ଏକ ଭକ୍ତ ଶାଲବେଗ ବୋଲି କୁହନ୍ତି । ୨୪ଫୁଟିଆ ଏହି ରଥରେ ୪ଟି ଘୋଡ଼ା, ସିଂହାସନରେ ଠାକୁରଙ୍କ ଆସନ, ରାହୁ ମୁଣ୍ଡ, ମାଛ, ଜୟା ବିଜୟା, ପରମ୍ପରା ଅନୁଯାୟୀ ଦଣ୍ଡା, ଚକ୍ର, କଳସ, ଓଲଟା ଶୁଆ, ଖପୁରୀ, ରୂଷି ପଟା, କନକ, ମୁଣ୍ଡାଇ, ମକର, ଦଣ୍ଡା, ଗଇପଟା, ଜାଲି, ସିଂହଦ୍ୱାର, ବଙ୍କି, ପତାକା, ଦଧିନଉତି, ପାରା ଭାଢ଼ି, କୁମ୍ବିପଟା, ଷୋଳ ନାହାକା, ସାରଥୀ ପିଢ଼ା, ଭୂମି, ହଂସ ପଟା, କଣି, ଦାଣ୍ଡିଆ, ଅରା ଓ ପାର୍ଶ ଦେବତା ଆଦି ତିଆରିକରି ରଥକୁ ପ୍ରସ୍ତୁତ କରିଛନ୍ତି । କାଚିଙ୍କ କହିବା ଅନୁଯାୟୀ ମୋର ପିତା ମାତାଙ୍କ ଆଶୀର୍ବାଦ ଯୋଗୁଁ ଓ ଆଲ୍ଲା ଓ ଶ୍ରୀ ଜଗନ୍ନାଥଙ୍କ କୃପାରୁ ରଥ ନିର୍ମାଣ ହୋଇପାରୁଛି ।
ଚଳିତ ଥର୧୭ବର୍ଷ ରଥ ତିଆରି କରୁଛି । ଟ୍ରଷ୍ଟର ସଦସ୍ୟମାନଙ୍କ ସହଯୋଗରେ ୪୦ ଦିନ ପରିଶ୍ରମ କରିବା ପରେ ସୁନ୍ଦର ରଥ ହୋଇପାରିଛି । ପ୍ରକାଶ ଥାଉକି, ପରମ୍ପରା ଅନୁଯାୟୀ ଏଥର ନଭି ମୁମ୍ବାଇରେ କରୋନା ଯୋଗୁଁ ୨ବର୍ଷ ବନ୍ଦ ପରେ ପୁଣି ରଥଯାତ୍ରା ହେବ । ରଥ କାମ ୋଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଠାକୁରଙ୍କ ନବ ଯୌବନ ଦର୍ଶନ ଦେଇଛନ୍ତି । ଟ୍ରଷ୍ଟର ସଦସ୍ୟ ଓ ସେବକମାନଙ୍କ ଦ୍ୱରା ଆୟୋଜନ ଏହି ମହୋତ୍ସବରେ ପ୍ରତିଦିନ ୫ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଛି । 
© 2023 Odisha Taza News.