ଓଡ଼ିଶା ତାଜା ନ୍ୟୁଜ୍/୨୯ ଜୁନ ବୁଧବାର/ରଣପୁର :- ଶୁକ୍ରବାର ପବିତ୍ର ଗୁଣ୍ଡିଚା ଯାତ୍ରା , ଭାଇ ଭଉଣୀ ଙ୍କୁ ସାଙ୍ଗରେ ଧରି ଜଗତର ନାଥ ଜଗନ୍ନାତ ରଥା ରୁଢ ହୋଇଜିବେ ମାଉସୀ ଘରକୁ । ସେଥିପାଇଁ ରଜବାଟୀ ସମ୍ମୁଖରେ ୩ ଟି ରଥ ଏବେ ସୁସଜ୍ଜିତ ହୋଇ ଠିଆ ହୋଇଛି ଶ୍ରୀ ଜିଉଙ୍କ ଅପେକ୍ଷାରେ । ଆଜି ଶ୍ରୀ ଜିଉଙ୍କର ନେତ୍ର ଉତ୍ସବ ପରେ ତିନି ରଥରେ ଦ୍ୱଜା ବନ୍ଧା ଯାଇଛି । ଶ୍ରୀକ୍ଷେତ୍ର ଭାବେ ରଣପୁର ପରିଚିତ । ପୁରୀ ଭଳି ଏଟାରେ ଚତୁର୍ଦ୍ଧାା ମୂର୍ତୀ , ବଡଦେଉଳ,ବଡ ବଡ ୩ ଟି ରଥ ନିର୍ମଣ କରାଯାଏ ।
ପୁରୀ ରେ ଶ୍ରୀ ଜିଉଙ୍କୁ ଦର୍ଶନ କଲେ ଯେଉଁ ପୁଣ୍ୟ ମିଳେ ରଣପୁରରେ ଶ୍ରୀ ଜିଉଙ୍କୁ ଦର୍ଶନ଼ କେଲେ ସେହି ପୁଣ୍ୟ ମିଳେ ବୋଲି ବିଶ୍ୱାସ ଥିବାରୁ ପ୍ରତିବର୍ଷ ଏଠାରେ ଲାକ୍ଷାଧିକ ଭକ୍ତ ସମାଗମ ହୋଇଥାନ୍ତି । ଆଜି ସକାଳୁ ତିନି ଠାକୁରଙ୍କ ନେତ୍ର ଉତ୍ସବ ପରେ ୧୫ ଦିନ ପରେ ଭକ୍ତ ମାନେ ଶ୍ରୀ ଜିଉଙ୍କୁ ଦର୍ଶନ କରିଥିଲେ । ରଥଯାତ୍ରା ପାଇଁ ପ୍ରଶାସନ ସବୁପ୍ରକାର ବ୍ୟସସ୍ଥା କରିଥିବା ଜଣାଯାଇଛି । ଶାନ୍ତି ଶୃଙ୍ଗାଳ ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିବା ଜଣାଯାଇଛି । ସେହିପରି ବିଦ୍ୟୁତ ବିଭାଗ ,ଅଗ୍ନି ସମ ବିଭାଗ, ସ୍ୱାସ୍ଥ ବିଭାଗ ତରଫରୁ ବ୍ୟାପକ ସତର୍କତ ଅବଲମ୍ବନ କରାଯାଇଛି ।














