No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୭ ଜୁନ ସୋମବାର/ଭୁବନେଶ୍ୱର :- ବିଭିନ୍ନ ସମୟରେ ଅନେକ ସାମାଜିକ କାର୍ଯ୍ୟକ୍ରମ କରି ନିଜର ଦାୟିତ୍ୱ ନିଭାଉ ଥିବା ସାମାଜିକ ସଂଗଠନ ଏସ ଏସ ପରିବାର ଫାଉଣ୍ଡେସନ ଦ୍ଵିତୀୟ ଥର ପାଇଁ ଏକ ନିଆରା ପ୍ରୟାସ କରିଛି l ଭୁବନେଶ୍ୱରରେ ଥିବା ପାଖାପାଖି ଦଶଟି ଅନୁଷ୍ଠାନ ରେ ପଢ଼ୁଥିବା ଅନାଥ ପିଲାଙ୍କୁ ନେଇ ସଂଗୀତ ଓ ନୃତ୍ୟ କ୍ଷେତ୍ର ରେ ପ୍ରତିଭା ଥିବା ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରି ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଲୋକ ଲୋଚନକୁ ଆଣିବା ସହିତ ଏକ ପ୍ଲାଟଫର୍ମ ଦେବାର ପ୍ରୟାସ କରିଛି l ଏପ୍ରିଲ ମାସରୁ ପିଲାଙ୍କୁ ନୃତ୍ୟ ସଂଗୀତ ଶିକ୍ଷା ଦେବା ସହ ସେମାନଙ୍କ ମଧ୍ୟରେ ପ୍ରତିଭା ଅନ୍ୱେଷଣ କରାଯାଇଥିଲା l ଆଜି ଜୟଦେବ ଭବନ ରେ ସେମାନଙ୍କ ମଧ୍ୟରେ ଫାଇନାଲ ରାଉଣ୍ଡକୁ ଆସିଥିବା ଦଶ ଜଣଙ୍କୁ ନୃତ୍ୟ ଓ ସଂଗୀତ ପରିବେଷଣ କରିବାକୁ ସୁଯୋଗ ଦିଆଯିବ l
ସେମାନଙ୍କ ମଧ୍ୟରେ ସର୍ବୋତମ ତିନି ଜଣଙ୍କୁ ପୁରସ୍କୃତ କରାଯିବ l ଏହି ପ୍ରତିଭା ଵାନ କଳାକାର ମନେ ପରବର୍ତୀ ସମୟରେ ସଂଗୀତ ପ୍ଲାଟଫର୍ମରେ ନିଜର ପ୍ରତିଭାକୁ ପ୍ରଦର୍ଶନ କରି ଆଗକୁ ଯାଇପାରିବେ l ପୂର୍ବରୁ 2018 ମସିହାରେ ମଧ୍ୟ ସାଇନିଙ୍ଗ ଷ୍ଟାର 1 ରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା ଓ ପ୍ରତିଭା ମlନେ ନିଜର ଉତ୍ତମ କଳା ପ୍ରଦର୍ଶନ କରି ସଂଗୀତ ଗାନ କରିବାର ସୁଯୋଗ ପାଇଲେ ଓ ବିଭିନ୍ନ ଟେଲି ଭିଜନ, ଆଲବମ ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ରେ ସଂଗୀତ ଗାନ ପାଇଁ ସୁଯୋଗ ପାଇଲେ l କରୋନା ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ଥିଲା l ଏବର୍ଷ ପୁଣି ଏସ ଏସ ପରିବାର ଫାଉଣ୍ଡେସନ ଏହି କାର୍ଯ୍ୟକ୍ରମ ଆୟୋଜନ କରିଛି l
ଏସ ଏସ ଫାଉଣ୍ଡେସନର ଟ୍ରଷ୍ଟି ସୁଶ୍ରୀ ସଂଗୀତା ଙ୍କ ଉଦ୍ୟମରେ ଓ ପରିଚାଳନା ରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ସୁରେଶ କୁମାର ରାଉତରାୟ ଲୋକପ୍ରିୟ ସିନେ ହାସ୍ୟ ଅଭିନେତା ପପୁ ପମ ପମ,ବିଶିଷ୍ଟ କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି,.ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ, ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ,ଦେବାଶିଷ ବସନ୍ତିଆ ଗୁରୁ ରାଜେନ୍ଦ୍ର ପଣ୍ଡା,., ଦୟାନିଧି ଶତପଥୀ, ଗୁରୁ ଚନ୍ଦନ ଜେନା,.ମନୋଜ ନାୟକ, ଗୋବର୍ଧନ ଧଳ … ଆଦି ଉପସ୍ଥିତ ରହି ପ୍ରତିଭା ମାନଙ୍କୁ ପୁରସ୍କୃତ କରିବା ସହିତ ଏହି କାର୍ଯ୍ୟକ୍ରମର ଶୋଭା ମଣ୍ଡନ କରିବା ସହିତ ପିଲାମାନଙ୍କୁ ଉତ୍ସାହିତ କରିଥିଲେ l


No Result
View All Result