No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୬ ଜୁନ ରବିବାର/ନୟାଗଡ଼ :- ରୋଟାରୀ କ୍ଲବ୍,ନୟାଗଡ଼ ଦ୍ବାରା ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀମାନଙ୍କ ପାଇଁ ଗରମ ପାନୀୟ ଜଳ ବିତରଣ କେନ୍ଦ୍ରକୁ ମାନ୍ଯବର ନୟାଗଡ଼ ପୂର୍ବତନ କୃଷି ମନ୍ତ୍ରୀ ତଥା ବିଧାୟକ ଡକ୍ଟର ଅରୁଣ କୁମାର ସାହୁ ଉଦଘାଟନ କରିଛନ୍ତି । ରୋଟାରୀ କ୍ଲବ୍ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମାନନୀୟ ଜିଲ୍ଲାପରିଷଦ ଅଧ୍ଯକ୍ଷ ଦେବାଶିଷ ପଟ୍ଟନାୟକ,ଓ ମୁନିସିପାଲିଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଜିଲ୍ଲାର ବିଭିନ୍ନ କୋଣରୁ ପ୍ରତିଦିନ ଶହ ଶହ ରୋଗୀ ଆସି ଚିକିତ୍ସିତ ହେଉଥିଲା ବେଳେ ରୋଗୀ ମାନଙ୍କ ପାଇଁ ଗରମ ପାନୀୟ ଜଳର ବ୍ଯବସ୍ଥା ନ ଥିଲା ।
ଯାହା ଫଳରେ ଗରମ ପାଣି ପାଇଁ ରୋଗୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ଅସୁବିଧାକୁ ଅନୁଭବ କରି ସ୍ଥାନୀୟ ରୋଟାରୀ କ୍ଲବ୍, ନୟାଗଡ଼ ଗରମ ପାନୀୟ ଜଳ ଯୋଗାଇବା ପାଇଁ ମାନନୀୟା ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀଙ୍କ ସହିତ ଯୋଗାଯୋଗ କରିଥିଲେ । ମାନନୀୟା ଜିଲ୍ଲାପାଳଙ୍କ ପରାମର୍ଶ କ୍ରମେ ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଚିକିତ୍ସାଳୟର ମଧ୍ଯ ଭାଗରେ ଏକ ଘର ଯୋଗାଇ ଦେଇଥିଲେ । ଯେଉଁ ଠାରେ ଉକ୍ତ ଗରମ ପାନୀୟ ଜଳ ଯୋଗାଣ ମେସିନ୍ ଟି ସ୍ଥାପନ କରାଯାଇଛି ।
ଆଜି ଠାରୁ ରୋଗୀ ମାନେ ଗରମ ପାଣି ପାଇଁ ଆଉ ବାହାରକୁ ଯାଇ ହଟହଟା ହେବାକୁ ପଡିବନି। ଆଜିର ଏହି ଉଦଘାଟନ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ୍ ସଂପାଦକ ମିହିର ରଂଜନ ନାୟକ, ରୋଟାରୀଆନ୍ ସୁବୋଧ କୁମାର ପଟ୍ଟନାୟକ, ଆରିଫ୍ ଖାଁ, ପ୍ରସନ୍ନ କୁମାର ବସନ୍ତିଆ, ପ୍ରକାଶ ଚନ୍ଦ୍ର ପଟ୍ଟନାୟକ, ମଦନମୋହନ ମହାପାତ୍ର, ବାସୁଦେବ ସାହୁ, ପ୍ରବୀର କୁମାର ପ୍ରୁଷ୍ଟି, ଶ୍ରୀକାନ୍ତ ଖଟେଇ, ଲକ୍ଷ୍ମୀନାରାୟଣ ରଥ, ଶ୍ରୀଧର ସାହୁ, ଜି. ରଶ୍ମୀରାଜ, କୁମାର ଦେବଦତ୍ତ, ରଜତ କୁମାର ମହାପାତ୍ର,ଜ୍ଯୋତିର୍ମୟ ପଟ୍ଟନାୟକ ଆଦି ବହୁ ରୋଟାରୀଆନ୍ ସହଯୋଗ କରିଥିଲେ ।

No Result
View All Result