No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୨୦ ଜୁନ ସୋମବାର/ବରଗଡ଼ :- ବରଗଡ଼ ମ୍ୟୁନିସିପାଲଟି ର ଦ୍ବିତୀୟ କାଉନସିଲ ବୈଠକ ଆଜି ଅଫିସ୍ ହଲ୍ ଠାରେ ଆୟୋଜିତ ହୋଇଯାଇଛି । ପୈାରାଧ୍ୟକ୍ଷା କଳ୍ପନା ମାଝୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବରଗଡ଼ ସହରର ଉନ୍ନତି ପାଇଁ ଗତ ଏକ ମାସ ମଧ୍ୟରେ ନିଆଯାଇଥିବା କାର୍ଯ୍ୟ ଗୁଡ଼ିକ ଉପରେ ଆଲୋଚନା ହୋଇଥିଲା ।
ଆସନ୍ତା ଦିନରେ ବରଗଡ଼ ସହରରେ କାର୍ଯ୍ୟକାରୀ ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ସଂପର୍କରେ ଉପସ୍ଥିତ ଥିବା ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ଅବଗତ କରାଇବା ସହ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ବୈଠକରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଉପାଧ୍ୟକ୍ଷ ରାଜେଶ କୁମାର ଅଗ୍ରୱାଲ, ନିର୍ବାହୀ ଅଧିକାରୀ ନାରାୟଣ ଦଣ୍ଡସେନା, ମ୍ୟୁନିସିପାଲଟି ଯନ୍ତ୍ରୀ ଏଲିନା ଏକ୍କା ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

No Result
View All Result