No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୦୮ ଜୁନ ବୁଧବାର/ନୟାଗଡ଼ :- ସତ୍ସଙ୍ଗର ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଅର୍କଦ୍ବିତୀ ଚକ୍ରବର୍ତ୍ତୀ (ପୂଜ୍ୟ ବାବାଇଦା) ଙ୍କର ୫୫ତମ ଜନ୍ମ ଉତ୍ସବ ନୟାଗଡ଼ ସତ୍ସଙ୍ଗବିହାର ରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ସହ ପ୍ରତି ରିତ୍ଵିକ ଧୁଶାସନ ସାହୁଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିବା ବେଳେ, ପ୍ରାଥନା, ସଦଗ୍ରନ୍ଥ ପାଠ ଭଜନ,କୋରସ,କୀର୍ତ୍ତନ ଏବଂ ପରେ ଦିବ୍ୟ ଆଲୋଚନା ହୋଇଯାଇଛି । ଠାକୁରଙ୍କ ଯିବନି ଏବଂ ବାଣୀ ଉପରେ ଆଲୋକପାତ କରାଯାଇଥିଲା ।
ବିଶେଷକରି ପାରିବାରିକ ଜୀବନରେ କେମିତି ସମସ୍ତେ ଶାନ୍ତି ଶୃଙ୍ଖଳା ଏବଂ ପାରିବାରିକ ଜୀବନ ଜିପାନ କରିବେ,,ଆଲୋଚନା ହୋଇଥିଲା । କୋଭିଡ କଟକଣା ହେତୁ ଦୀର୍ଘ ଦୁଇ ବର୍ଷ ସତ୍ସଙ୍ଗ ମନ୍ଦିର ବନ୍ଦ ରହିଥିଲା । କୋଭିଡ କଟକଣା ହଟିବାପରେ ସତ୍ସଙ୍ଗ ଅନୁଷ୍ଠିତ ହୋଇଥିବାରୁ ଭକ୍ତ ମାନଙ୍କ ମଧ୍ୟରେ ଆନନ୍ଦ ଦେଖା ଦେଇଥିଲା । ନୟାଗଡ଼ ଜିଲା ସହ ଜିଲ୍ଲାର ଅନ୍ୟ ମନ୍ଦିର,କେନ୍ଦ୍ର,ଉପ ଯୋଜନା କେନ୍ଦ୍ରରେ ସତ୍ସଙ୍ଗ ଅନୁଷ୍ଠିତ ହୋଇଯାଇଛି ।

No Result
View All Result