No Result
View All Result
ଓଡ଼ିଶା ତାଜା ନ୍ୟୁଜ୍/୩୧ ମଇ ମଙ୍ଗଳବାର/ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ପରିସରରେ ଥିବା ରାଜୀବ ଗାନ୍ଧୀ ସଦଭାବନା ଗୃହ ରେ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଭିନ୍ନ ବିଭାଗର ନୂତନ ହିତାଧିକାରୀ ଙ୍କୁ ଭତ୍ତା ବଣ୍ଟନ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ନାୟକ,ବ୍ଲକ୍ ଅଧ୍ୟକ୍ଷା ଲକ୍ଷ୍ମୀପ୍ରିୟା ବେହେରା, ଉପାଧ୍ୟକ୍ଷ ପର୍ଶୁରାମ ସ୍ୱାଇଁ, ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍ ପ୍ରମୁଖ ଉପସ୍ଥିତ ଥିଲେ ।ନୂଆଗାଁ ବ୍ଲକ୍ ରେ ୨୦୦ ଜଣଙ୍କୁ ଭତ୍ତା ପ୍ରଦାନ କରାଯାଇଥିଲା ।

No Result
View All Result