ଏହି ପଞ୍ଚଦେବତାଙ୍କର ମସ୍ତକ ଗୁଡିକ ଗୋଟିଏ ଶିଵ ଲିଙ୍ଗରେ ସ୍ଥାପନ କରାଯାଇଛି l ଓଡିଶା ରେ ଶ୍ରୀ ଗଣେଶଙ୍କର ଏକକ ଉପାସନା ର ଏହା ସର୍ବ ପୁରାତନ ପୀଠ l ଉତ୍ତର ଭୌମକର ସମୟର ପୀଠକୁ କେଶରୀ ବଂଶ, ଗଙ୍ଗ ବଂଶ ଓ ଅନ୍ୟାନ୍ୟ ରାଜନ୍ୟବର୍ଗ ସମୟ କ୍ରମେ ପୁନଃ ନିର୍ମାଣ କରିଛନ୍ତି l ଏଠାକାର ଅଧିଷ୍ଠାତ୍ରୀ ଦେବୀ ମାଆ ଚଣ୍ଡୀ ଙ୍କର ନାମlନୁସାରେ ଚଣ୍ଡିଖୋଲର ନାମକରଣ ହୋଇଛି l
ଏକ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଏଠାରେ କନ୍ଦର୍ପଙ୍କର ପତ୍ନୀ ରତିଦେବୀ ନିଷ୍ଠାର ସହିତ ପୂଜା କରି ତାଙ୍କ ସ୍ୱାମୀ ଙ୍କର ପୁନର୍ଜୀବନ ହାସଲ କରିଥିଲେ l ତାଙ୍କ ପୂଜା ଗ୍ରହଣ କରିବାକୁ ଏହି ଲିଙ୍ଗ ରୁ ପଞ୍ଚଦେବତା ଙ୍କର ପାଞ୍ଚଟି ହାତ ବାହାରି ତାଙ୍କ ଠାରୁ ନୈବେଦ୍ୟ ଗ୍ରହଣ କରିଥିଲେ l
ଜୟ ଭଗବାନ ଶ୍ରୀ ପଞ୍ଚଦେବତା l , ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ l© 2023 Odisha Taza News.