ଓଡ଼ିଶା ତାଜା ନ୍ୟୁଜ୍ /୨୯ ମଇ ରବିବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ପଞ୍ଚାୟତ ଅଧୀନରେ ଥିବା କାଳିଆମ୍ବା ପ୍ରକଳ୍ପ ସ୍ଥଳୀ ପରିଦର୍ଶନ କରିଛନ୍ତି ଦଶପଲ୍ଲା ବିଧାୟକ ତଥା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା । ତତ୍ ସହିତ ପ୍ରକଳ୍ପ କାର୍ଯ୍ୟ ଶୀଘ୍ର ତ୍ବରାନ୍ବିତ କରିବା ପାଇଁ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଦଶପଲ୍ଲା ବିଧାୟକ । ବିଧାୟକ ଙ୍କ ପରିଦର୍ଶନ ସମୟରେ ବିଭାଗୀୟ ମୁଖ୍ୟ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ,ସହକାରୀ ଓ କନିଷ୍ଠ ଯନ୍ତ୍ରୀ ଙ୍କ ସମେତ ଶୀଙ୍ଗାର ପଲ୍ଲୀ , କାପ୍ତା ପଲ୍ଲୀ, ବାହାଡ ଝୋଲା, ବେରୁ ଆଁ ବାରୀ ଆଦି ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ସଭ୍ୟା ଙ୍କ ସହ ଦଳୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ ନୟାଗଡ ବନଖଣ୍ଡ ଅଧୀନରେ ଥିବା ବାହାଡ ଝୋଲା ନିକଟସ୍ଥ କାଳିଅାମ୍ବା ଠାରେ କିଛି ହେକ୍ଟର ଜମି ରେ ମାଇନର ଇରିଗେସନ୍ ପ୍ରକଳ୍ପ ମାଧ୍ୟମରେ ଏକ ଡ୍ୟାମ୍ ଦୁଇ ଦଶନ୍ଧି ପୂର୍ବରୁ ହେବାକୁ ଥିବାବେଳେ ସେହି ଜମି ଗୁଡ଼ିକ ଜଙ୍ଗଲ ଜମି ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇ ରହିଥିଲା । ଯାହା ଫଳରେ କୃଷକ ମାନଙ୍କ ଚାଷ ଜମି ଜଳ ସେଚିତ ହେବାରୁ ବଞ୍ଚିତ ହୋଇଥିଲା । କୃଷକ ମାନଙ୍କ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ସେଠାରେ କିପରି ପ୍ରକଳ୍ପ ହେବ ସେଥିପ୍ରତି ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ପ୍ରଚେଷ୍ଟା ଜାରୀ ରଖିଥିଲେ । ଯାହା ଫଳରେ ଦୀର୍ଘ ଦୁଇ ଦଶନ୍ଧି ଧରି ପଡି ରହିଥିବା ପ୍ରକଳ୍ପ ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଖୁବ୍ ଶୀଘ୍ର ଆରମ୍ଭ ହେବ ।
ଏନେଇ ସରକାରଙ୍କ ତରଫରୁ ୧୩.୭୮ ହେକ୍ଟର ଜଙ୍ଗଲ ଜମି ଡ଼ାଇଭର୍ସନ୍ ହୋଇ ମାଇନର ଇରିଗେସନ୍ ପ୍ରକଳ୍ପ ହେବା ପାଇଁ ଅନୁମତି ମିଳିଛି । ପ୍ରକଳ୍ପ ହେବା ଦ୍ଵାରା କୃଷକ ମାନଙ୍କ ଛଅ ଶହ ହେକ୍ଟର ଚାଷ ଜମି ଜଳ ସେଚିତ ହୋଇପାରିବ ବୋଲି ଜଣା ପଡିଛି । ତେବେ କୃଷିର ଉନ୍ନତି ପାଇଁ ଦୁଇ ଦଶନ୍ଧି ଧରି ହୋଇ ପାରୁନଥିବା ପ୍ରକଳ୍ପ କାର୍ଯ୍ୟ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ପ୍ରକଳ୍ପ ତ୍ୱରାନ୍ୱିତ ହେବାକୁ ଯାଉଥିବାରୁ ବିଧାୟକ ଙ୍କ କାର୍ଯ୍ୟକୁ ନୂଆଗାଁ ବ୍ଲକ୍ ର ଜନ ସାଧାରଣ ପ୍ରଶଂସା କରିଛନ୍ତି ।














