ଓଡ଼ିଶା ତାଜା ନ୍ୟୁଜ୍ /୨୬ ମଇ ଗୁରୁବାର/ବୈପାରିଗୁଡା :- ପିଲା ମାନଙ୍କ ଉଜ୍ଜ୍ଵଳ ଭବିଷ୍ଯତ କୁ ନେଇ ଗ୍ରାମବାସୀ ମାନେ ବାରମ୍ବାର ସଂଘଷ କରୁଥିଲେ ମଧ୍ୟ ପ୍ରଶାସନ ସେମାନଙ୍କ ସମସ୍ୟାକୁ ଗୁରୁତର ଭାବେ ନ ନେବାରୁ ଆଜି ଶେଷ ଗ୍ରାମବାସୀ ଏକତ୍ରି ହୋଇ ବିଦ୍ୟାଳୟ ଗେଟ୍ ତାଲା ପକାଇବା ସହ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ପରିସରରୁ ବାହାର କରିଛନ୍ତି ! ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ବୈପାରିଗୁଡା ବ୍ଲକ ଅନ୍ତର୍ଗତ ଚିପାକୁର ପଂଚାୟତରେ ଥିବା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ! ଗ୍ରାମବାସୀଙ୍କ କହିବା ଅନୁଯାୟୀ ବୈପାରିଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ , ଜିଲ୍ଲା କାର୍ଯ୍ୟାଳୟ ଓ ପ୍ରଶାସନକୁ ଶିକ୍ଷକ ଅଭାବ ନେଇ କହିଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟାଳୟ କୁ ଶିକ୍ଷକ ନିଯୁକ୍ତି କରିନାହାନ୍ତି !
ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କୁ ଶିକ୍ଷା ଦେବା ପାଇଁ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ ! ଏତେ ସଂଖ୍ଯକ ଛାତ୍ରଛାତ୍ରୀ ମାନଙ୍କୁ ୩ ଜଣ ଶିକ୍ଷକ ଅଧ୍ୟୟନ କରିବା କଷ୍ଟକର ହେଉଥିବା ବେଳେ ପିଲା ମାନଙ୍କ ସ୍ଵାର୍ଥ ପାଇଁ ହିଁ ଏହି ପ୍ରକାର ପଦକ୍ଷେପ ନେଇ ଥିବାର କୁହନ୍ତି ଗ୍ରାମବାସୀ !
ବିଦ୍ୟାଳୟ ଚାଲିଥିବା ସମୟରେ ହିଁ ଗ୍ରାମବାସୀ ଓ ଅଭିଭାବକ ମାନେ ଏକାଠି ହୋଇ ଛାତ୍ରଛାତ୍ରୀ ଓ ଶିକ୍ଷକ ମାନଙ୍କୁ ବିଦ୍ୟାଳୟ ପରିସରରୁ ବାହାର କରି ବିଦ୍ୟାଳୟ ଗେଟ୍ ର ସାମ୍ନା ଓ ଶ୍ରେଣୀ ଗୃହ ଗୁଡିକକୁ ତାଲା ପକାଇବା ସହ ଶିକ୍ଷକ ନିଯୁକ୍ତି ନ କରିବା ପର୍ଯ୍ୟନ୍ତ ବିଦ୍ୟାଳୟ ତାଲା ଖୋଲିବୁ ନାହିଁ ବୋଲି କହିଛନ୍ତି ! ଶିକ୍ଷାବିଭାଗ ସହ ରାଜ୍ୟସରକାର ତୁରନ୍ତ ଏହି ସମସ୍ୟାକୁ ନେଇ ଶିକ୍ଷକ ନିଯୁକ୍ତି କରିବା ସହ ଉଚିତ ପଦକ୍ଷେପ ନେବାକୁ ସାଧାରଣ ରେ ଦାବି ହେଉଛି !















