ସମିତି ବୈଠକ ଆରମ୍ଭରୁ ଅଧ୍ୟକ୍ଷଙ୍କ ଦ୍ୱାରା ସମସ୍ତ ସଦସ୍ୟ ମାନଙ୍କୁ ସ୍ୱାଗଂତ କରିବା ପରେ ବୈଠକରେ ସ୍ୱାସ୍ଥ୍ୟ,ଶିକ୍ଷା, କୃଷି ଓ ଉଦ୍ୟାନ, ଶିଶୁ ବିକାଶ ଯୋଜନା, ପାନୀୟଜଳ ,ରାସ୍ତାଘାଟ ଯୋଗାଣ,ଗ୍ରାମ୍ୟ ଉନ୍ନୟନ ବିଭାଗ, ବିଦ୍ୟୁତ୍ ,ସାମାଜିକ ସୂରକ୍ଷା ଓ ସମାଜ ମଙ୍ଗଳ, କ୍ଷୁଦ୍ର ଜଳ ସେଚନ,ମୃତିକା ସଂରକ୍ଷଣ, ଯୋଗାଣ ବିଭାଗ, ସ୍ଥାୟୀ ବିଭାଗ ଗଠନ, ବିଭିନ୍ନ ମୁନ୍ନୟନ ମୂଳକ କାର୍ଯ୍ୟ ସହ ବିଭିନ୍ନ ପ୍ରକାର ଜନହିତକାରୀ ଯୋଜନା ୁପରେ ଆଲୋଚନା କରାଯାଇଥିଲା । ସମିତିର ସଦସ୍ୟ ମାନେ ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜ ଅଂଚଳର ସମସ୍ୟା ଉପସ୍ଥାପିତ କରିଥିଲେ ।
ପଂଚାୟତ ସମିତି ବୈଠକରେ କୋରାପୁଟ ବିଧାୟକ ରଘୁରାମ ପଡାଲ, ବିଡିଓ ଅଭିମନ୍ୟୁ କବି ଶତପଥି , ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଗୁପ୍ତା, ବ୍ଲକ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ , ଜୋନ୍-୧ ଜିଲ୍ଳାପରିଷଦ ସଭ୍ୟ ରାଜେଶ୍ୱର ମହୁରିଆ, କୋରାପୁଟ ସାସଂଦ ପ୍ରତିନିଥି ପି.ରମେଶ ପାତ୍ର, କୋରାପୁଟ ବିଧାୟକ ପ୍ରତିନିଥି ରମେଶ ସ୍ୱାଇଁ, ବୈପାରିଗୁଡା ସମିତିସଭ୍ୟା ମଞ୍ଜୁଲତା ପଟନାୟକ , ମହୁଲି ସମିତିସଭ୍ୟ ଭକ୍ତରାମ ହରିଜନ , ଦୋରାଗୁଡା ସମିତିସଭ୍ୟ ତଥା ପୂର୍ବତନ ବ୍ଳକ ଉପାଧ୍ୟକ୍ଷ ତ୍ରିଲୋଚନ ଜେନା ଙ୍କ ସହିତ ସମସ୍ତ ବିଭାଗର ସରକାରୀ କର୍ମଚାରୀ ମାନେ ଉପସ୍ଥିତ ରହିଥିବା ବେଳେ ପ୍ରଥମ ସମିତି ବୈଠକରେ କୋରାପୁଟ ବିଧାୟକ ବିଳମ୍ବରେ ପହଂଚିଥିବା ବେଳେ ନବରଙ୍ଗପୁର ସାସଂଦ ଓ କୋରାପୁଟ ସାସଂଦ ଓ କୋଟପାଡ ବିଧାୟକା ତଥା ମନ୍ତ୍ରୀ ବୈଠକ କୁ ଆସିନଥିବାରୁ ନବନିର୍ବାଚିତ ଲୋକପ୍ରତିନିଥିଙ୍କ ମହଲରେ ଅସନ୍ତେଷ ପ୍ରକାଶ ପାଇଛି । କହିବା ଗଲେ ପ୍ରଥମ ବୈଠକ ଶାନ୍ତପୁର୍ଣ୍ଣ ଭାବେ ଶେଷ ହୋଇଥିବାର ଦେଖିବାକୁ ମିଳିଛି ।
© 2023 Odisha Taza News.