No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଓଡ଼ିଶା ହେଉଛି ପ୍ରତିଭାଙ୍କ ଖଣି । ପ୍ରତିଭାର ପ୍ରକାଶ ଓ ବିକାଶ ପାଇଁ ଓଡ଼ିଶା ଏକ ଉର୍ବର ଭୂମି । ସମଗ୍ର ବିଶ୍ୱକୁ ମାର୍ଗଦର୍ଶନ ପାଇଁ ଓଡ଼ିଶାର ବିପୁଳ ସାମର୍ଥ୍ୟ ରହିଛି । ଏହାର ସଫଳ ଉପଯୋଗ ପୃଥିବୀ ପାଇଁ ମଙ୍ଗଳକର ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ରାଜଭବନରେ ଆୟୋଜିତ କିଛି ସଫଳ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ନିଜ କର୍ତ୍ତବ୍ୟ ଓ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରିବା ହିଁ ଈଶ୍ୱର ଆରାଧନା ।
ନିଜର କର୍ମ ମାଧ୍ୟମରେ ଅନ୍ୟର କିଛି ଉପକାର କରିପାରିଲେ ଓ ଅନ୍ୟର ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ଅଛି ଜୀବନର ସାର୍ଥକତା । ଏହି କାର୍ଯ୍ୟକ୍ରମରେ ସମାଜସେବୀ ଅବିନାଶ ମିଶ୍ର ଓ ଚିନ୍ମୟ ଦାସ, ନୂଆ ବାସ୍ନା ଧାନର ଉଦ୍ଭାବକ କାଦମ୍ବିନୀ ବେହେରା, ଚିତ୍ରଶିଳ୍ପୀ ଶେ୍ୱତପଦ୍ମା ମିଶ୍ର, ଗୋସେବକ ପଣ୍ଡିତ ବିଷ୍ଣୁଚରଣ ପଣ୍ଡା,
‘ଆସ ପଢ଼େଇବା’ର ଆବାହକ ପ୍ରତ୍ୟୟ ପ୍ରଶାନ୍ତ, ଓଡ଼ିଶାରେ ଗୋଷ୍ଠୀ ରେଡ଼ିଓର ପ୍ରସାରକ ଏନ୍.ଏ. ଶାହା ଆନସାରୀ, ସଂସ୍କୃତି ପ୍ରଚାରକ ଶ୍ୟାମ ପ୍ରକାଶ ସେନାପତି, ଖବରକାଗଜ ସଂଗ୍ରାହକ ଶଶାଙ୍କ ଶେଖର ଦାଶ, ‘ପଥେ ପାଠଶାଳା’ର ପ୍ରତିଷ୍ଠାତା ବଳରାମ ସାହୁ ନିଜ ଜୀବନଯାତ୍ରା, ଅନୁଭବ ଓ ଉପଲବ୍ଧି ସଂପର୍କରେ କହିଥିଲେ । ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

No Result
View All Result