• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
May 25, 2022
in ଓଡ଼ିଶା, ମହାନଗର, ହୋମ୍
0
ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଉଦ୍‌ଘାଟିତ
Share on FacebookShare on TwitterWhatsapp

1. ମଇ ୨୩ ଓ ୨୪ ତାରିଖ ସନ୍ଧ୍ୟା ୬.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ରବିନ୍ଦ୍ରମଣ୍ଡପଠାରେ ହେବ ଆୟୋଜିତ

2. ପ୍ରତ୍ୟେକ ଦିନ ପରିବେଷିତ ହେବ ୮ଟି ନୃତ୍ୟ

ଓଡ଼ିଶା ତାଜା ନ୍ୟୁଜ୍ /୨୪ ମଇ ମଙ୍ଗଳବାର/ଭୁବନେଶ୍ୱର :- ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଆୟୋଜିତ ହେଉଛି । ଏହି ନୃତ୍ୟ ମହୋତ୍ସବ ମଇ ୨୩ ଓ ୨୪ ତାରିଖ ସନ୍ଧ୍ୟା ୬.୩୦ରୁ ରାତି ୯ଟା ପର୍ଯ୍ୟନ୍ତ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରସ୍ଥ ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହେଉଅଛି । ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବକୁ ଆଜି ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଞ୍ଜନା ଚୋପ୍ରା ଉଦ୍‌ଘାଟନ କରିଥିଲେ । ଶ୍ରୀମତୀ ଚୋପ୍ରା ତାଙ୍କ ଅଭିଭାଷଣରେ କହିଥିଲେ ଯେ ଆଜି ଆମ ପାଇଁ ଏକ ଐତିହାସିକ ଦିନ ।

ଆଦିମ ଜନଜାତିଙ୍କୁ ନେଇ ଏକ ଅଲଗା ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଆଗାମୀ ବର୍ଷଠାରୁ ଆମେ ଜାତୀୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଆୟୋଜନ କରିବାକୁ ପ୍ରୟାସ କରିବୁ । ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ ଓ ମୌଳିକତା ବଜାୟ ରହିଛି । ସେମାନଙ୍କର ନୃତ୍ୟ ଓ ସଂଗୀତ ପରିବେଶ ସହିତ ଜଡ଼ିତ । ଆଦିମ ଜନଜାତିଙ୍କ ସଂସ୍କୃତିର ସଂରକ୍ଷଣ କରିବା ଆମର ପ୍ରମୁଖ ଲକ୍ଷ୍ୟ । ଏହି ଅବସରରେ ସ୍ୱାଗତ ଭାଷଣ ଦେଇ ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର (ଡ.) ଅଖିଳ ବିହାରୀ ଓତା ଆଦିମ ଜନଜାତି ନୃତ୍ୟ ମହୋତ୍ସବର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଏଭଳି ଆଦିମ ଜନଜାତି ନୃତ୍ୟ ମହୋତ୍ସବ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି ।

ଜନଜାତିଙ୍କ ବିବିଧତାକୁ ଆଦିମ ଜନଜାତିଙ୍କ ନୃତ୍ୟ ସଂଦର୍ଶନ କରି ଆମେ ଉପଲବ୍ଧି କରିପାରିବା । ସମ୍ମାନିତ ଅତିଥି ଭାବେ ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନୟନ ପ୍ରକଳ୍ପର ନିର୍ଦ୍ଦେଶକ ଶ୍ରୀ ପି. ଅର୍ଥନାରୀ ଯୋଗଦେଇ କହିଥିଲେ ଯେ ଆଦିମ ଜନଜାତିଙ୍କ ଅନନ୍ୟ ନୃତ୍ୟଶୈଳୀ ଯେପରି ସମସ୍ତଙ୍କ ପାଖରେ ପହଞ୍ଚିପାରିବ ଆମେ ସେଥିପାଇଁ ପ୍ରୟାସ ଜାରି ରଖିଛୁ । ବିଭାଗୀୟ ନିର୍ଦ୍ଦେଶିକା ଶ୍ରୀମତୀ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଦିମ ଜନଜାତି ନୃତ୍ୟ ମହୋତ୍ସବରେ ପ୍ରତିଦିନ ୮ ଗୋଟି ନୃତ୍ୟ ପରିବେଷିତ ହେବ ।

ଆଜି ବଣ୍ଡା ଜନଜାତିଙ୍କ ଚଇତି ନୃତ୍ୟ, କୁଟିଆ କନ୍ଧଙ୍କ ଢାପ ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ବେଜୁନି ନୃତ୍ୟ, ଲାଞ୍ଜିଆ ସଉରାଙ୍କ କାନ୍ଦୁଲ ନୂଆ ନୃତ୍ୟ, ଚୁକୁଟିଆ ଭୁଞ୍ଜିଆଙ୍କ ନୂଆଖାଇ ନୃତ୍ୟ, ମାଙ୍କିରିଡ଼ିଆ ଜନଜାତିଙ୍କ ମାଘ ପରବ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିହା ନୃତ୍ୟ, ଦିଦାୟୀ ଜନଜାତିଙ୍କ ଢେମ୍‌ସା ନୃତ୍ୟ ପରିବେଷିତ ହୋଇଥିଲା । ଆସନ୍ତାକାଲି ଲାଞ୍ଜିଆ ସଉରାଙ୍କ ବେଣ୍ଟ ନୃତ୍ୟ, ଲୋଧା ଜନଜାତିଙ୍କ ଝୁମର ନୃତ୍ୟ, ଡଙ୍ଗରିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ା ନୃତ୍ୟ, ଜୁଆଙ୍ଗମାନଙ୍କ ଚାଙ୍ଗୁ ନୃତ୍ୟ, ପାଉଡ଼ି ଭୂୟାଁଙ୍କ ବିସ୍ରି ନୃତ୍ୟ, କୁଟିଆ କନ୍ଧଙ୍କ ଧାଙ୍ଗଡ଼ା-ଧାଙ୍ଗଡ଼ୀ ନୃତ୍ୟ, ସଉରା ଜନଜାତିଙ୍କ ଚଇତି ନୃତ୍ୟ ପରିବେଷିତ ହେବାର କାର୍ଯ୍ୟକ୍ରମ ରହିଛି ।

ପ୍ରକାଶ ଥାଉ କି ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାର ଜନଜାତିଙ୍କ ମଧ୍ୟରେ ୧୩ ପ୍ରକାର ଆଦିମ ଜନଜାତି ବାସବାସ କରନ୍ତି । ସେମାନେ ହେଲେ ବଣ୍ଡା, ଦିଦାୟୀ, ଡଙ୍ଗରିଆ କନ୍ଧ, ଲାଞ୍ଜିଆ ସଉରା, ସଉରା, କୁଟିଆ କନ୍ଧ, ପାଉଡ଼ି ଭୂୟାଁ, ଚୁକୁଟିଆ ଭୁଞ୍ଜିଆ, ଜୁଆଙ୍ଗ, ପାହାଡ଼ି ଖଡ଼ିଆ, ମାଙ୍କିଡ଼ିଆ, ଲୋଧା ଓ ବିରହୋର । ସାରା ଭାରତରେ ଓଡ଼ିଶା ହିଁ ସଖ୍ୟାଧିକ ଆଦିମ ଜନଜାତିଙ୍କ ବାସସ୍ଥଳୀ । ଏମାନେ ଅନ୍ୟାନ୍ୟ ଜନଜାତିଙ୍କଠାରୁ ତୁଳନାତ୍ମକ ଭାବରେ ପଛୁଆ, ସାମାଜିକ ଓ ଆର୍ଥିକ ଦିଗରୁ ଅନଗ୍ରସର । ନିଜସ୍ୱ ପରିମଣ୍ଡଳ ମଧ୍ୟରେ ରହି ପ୍ରାଚୀନ ଜ୍ଞାନକୌଶଳକୁ ଅଦ୍ୟାବଧି ଜୀବନଜୀବିକା ଭାବରେ ପ୍ରୟୋଗ କରିଥାନ୍ତି ।

ସରକାର ଆଦିମ ଜନଜାତିଙ୍କ ଶୈକ୍ଷିକ ତଥା ସଂସ୍କୃତି ଆଧାରିତ ଅର୍ଥନୈତିକ ବିକାଶ ଓ ସଚେତନତା ପାଇଁ ବହୁବିଧ ପଦକ୍ଷେପ ନେଉଛନ୍ତି । ନୃତ୍ୟ ଓ ସଂଗୀତ ଆଦିମ ଜନଜାତିଙ୍କ ସହଜାତ ପ୍ରବୃତ୍ତି । କୌଣସି ପ୍ରାକ୍‌ ପ୍ରସ୍ତୁତି ନଥାଇ ସେମାନେ ଅବସର ସମୟକୁ ନୃତ୍ୟସଂଗୀତରେ ଅତିବାହିତ କରିଥାନ୍ତି । ବିକାଶ ଯାତ୍ରାରେ ଏମାନଙ୍କର ସଂସ୍କୃତିରେ ପରିବର୍ତ୍ତନ ଆସିଥିଲେ ସୁଦ୍ଧା ଆଜି ବି ତାଙ୍କ ନୃତ୍ୟ-ସଂଗୀତ ପ୍ରବାହମାନ । ସେହି ସାଂସ୍କୃତିକ ସଂପଦକୁ ପରିବେଷଣ କରିବା ସହ ପ୍ରଚାରପ୍ରସାର କରାଇବାକୁ ଚଳିତ ବର୍ଷ ରାଜ୍ୟସ୍ତରୀୟ ଆଦିମ ଜନଜାତି ନୃତ୍ୟ ମହୋତ୍ସବ ଦୁଇଦିନ ଧରି ଅନୁଷ୍ଠିତ ହେଉଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

ପୁନଃଅବସ୍ଥାପିତ ହେଲେ ବରିଷ୍ଠ ଅଧ୍ୟାପକ ଡ଼ ବାନାମ୍ବର ପୃଷ୍ଟି

June 28, 2026
ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

ରାଜସୁନାଖଳା ଫାଣ୍ଡିରେ ଯୋଗ ଦେଲେ ନୂତନ ଅଧିକାରୀ

June 28, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

ତିନିରଥର ସିଂହାସନ ବେଦୀ ନିର୍ମାଣ ଶେଷ ପର୍ଯ୍ୟାୟରେ : ବେଦୀରେ ପଟା ପଡ଼ିବା କାର୍ଯ୍ୟ ଜାରୀ

June 28, 2026
ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

ଭାରତର ସର୍ବବୃହତ ଆନିମେସନ୍‌ ଟ୍ରେଲର ଉନ୍ମୋଚନ ସହିତ ମହାପ୍ରଭୁ ଜଗନ୍ନାଥ ଇତିହାସ ରଚିଲେ

June 28, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version