ଏହି ୱାକାଥନରେ ହସ୍ପିଟାଲର ୧୫୦ରୁ ଅଧିକ କର୍ମଚାରୀ ପ୍ଲାକ୍ କାର୍ଡ ଓ ବ୍ୟାନ୍ ସହିତ ଯୋଗ ଦେଇଥିଲେ, ଯେଉଁଥିରେ ଲୋକଙ୍କ ଉଚ୍ଚ ରକ୍ତଚାପ ରୋଗର ଗୁରୁତ୍ୱ ଓ ଏହାର ଚିକିତ୍ସା ଜଟିଳତା ସମ୍ପର୍କରେ ଯୋଗାଯୋଗ କରିବା ଏବଂ ଏହି ରୋଗର ପ୍ରତିରୋଧ, ଚିହ୍ନଟ ଓ ଚିକିତ୍ସା ଉପରେ ସୂଚନା ପ୍ରଦାନ କରିବା ପାଇଁ ଉଚ୍ଚ ରକ୍ତଚାପର ପ୍ରତିରୋଧ ଓ ଚିକିତ୍ସା ଉପରେ ସଚେତନତା ବାର୍ତା ଉଲ୍ଲେଖ କରାଯାଇଥିଲା । ପ୍ରଥମେ ମେ’ ୨୦୦୫ରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସର ଶୁଭାରମ୍ଭ ହୋଇଥିଲା, ଏହାପରଠାରୁ ଏହା ଏକ ବାର୍ଷିକ କାର୍ଯ୍ୟକ୍ରମରେ ପରିଣତ ହୋଇଛି ।
ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କରାଯିବା ପଛର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଉଚ୍ଚ ରକ୍ତଚାପ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ସମସ୍ତ ଦେଶର ନାଗରିକଙ୍କୁ ଏହି ସାଇଲେଂଟ୍ କିଲର୍ ବା ଆଧୁନିକ ମହାମାରୀକୁ ରୋକିବା ଓ ନିୟନ୍ତ୍ରଣ କରିବା ପାଇଁ ପ୍ରୋତ୍ସାହିତ କରିବା । ପରବର୍ତୀ ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲରେ ଏକ ମାଗଣା ଉଚ୍ଚ ରକ୍ତଚାପ ଯାଂଚ ଶିବିରର ଆୟୋଜନ କରାଯାଇଥିଲା ଯେଉଁଥିରେ ପ୍ରାୟ ୧୦୦ ଜଣ ବ୍ୟକ୍ତି ନିଜର ରକ୍ତଚାପ ଯାଂଚ କରିଥିଲେ ଓ ମାଗଣା ଡାକ୍ତରୀ ପରାମର୍ଶ ଗ୍ରହଣ କରିଥିଲେ ।
© 2023 Odisha Taza News.