No Result
View All Result
ସଫଳତା ନିମନ୍ତେ ଖୋର୍ଦ୍ଧା ଜିଲ୍ଲା ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ବୟ କମିଟିର ବୈଠକ ଓ ପୋଷ୍ଟର ଉନ୍ମୋଚନ
ଓଡ଼ିଶା ତାଜା ନ୍ୟୁଜ୍ /୧୮ ମଇ ବୁଧବାର /ଭୁବନେଶ୍ୱର :- ନିର୍ମାଣ ଶ୍ରମିକ ୟୁନିୟନ ସମନ୍ବୟ କମିଟି, ଓଡ଼ିଶା ତରଫରୁ ୭ ଦଫା ଦାବି ନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାନୟ ସମ୍ମୁଖରେ ହେବାକୁ ଥିବା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦିବାରାତ୍ର ଗଣଧାରଣାକୁ ସଫଳ କରିବା ସହ ଏକ ପୋଷ୍ଟର ଉନ୍ମୋଚନ ନିର୍ମାଣ ଶ୍ରମିକ ୟୁନିୟନ ସମନ୍ବୟ କମିଟି, ଖୋ ଜିଲ୍ଲା ତରଫରୁ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସମନ୍ୱୟ କମିଟି ବୈଠକ ସୁର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବା ସହ ଜିଲ୍ଲା ଆଦାତ୍ମକ ମହାବୀର ପ୍ରସାଦ ମିଶ୍ର ଆଗାମୀ ଆନ୍ଦୋଳନ ଉପରେ ଆଲୋକପାତ କରିଥିଲେ । ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ଦାବି ଯଥା ଅନ୍ ଲାଇନ ଜରିଆରେ ପଞ୍ଜିକରଣ ବନ୍ଦ କରାଯାଇ ପୂର୍ବର ସ୍ଥିତାବସ୍ଥା ବଳାୟ ରଖାଯାଉ ।
ବାର୍ଷିକ ଦେୟ କେବଳ ଅଫଲାଇନ୍ ମଧ୍ଯମରେ କରାଯାଉ ରାଜ୍ୟ ଶିକ୍ଷାବୃତ୍ତି ଢାଞ୍ଚାରେ ତିଆରି କରାଯାଇଥିବା ପୋର୍ଟାଲ୍ରେ ଥିବା ଜଟିଳତା ତଥା ଅଯଥା ବ୍ୟୟସାପେଣ୍ଟ ଆୟ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର, କୈଶାଳ ନାଟଗୋରି ପ୍ରମାଣପତ୍ର, ବାସସ୍ଥାନ ପ୍ରମାଣପତ୍ର ଆଦି ରଥ ଉଠାଯାତ । ୫. ପୋର୍ଟଲ୍ର ଜଟିଳତା ଯୋଗୁଁ ପଡ଼ି ରହିଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରାଯାଉ । ପୋର୍ଟାଲରେ ମାର୍କସିଟ, ଆଡ଼ମିଶନ ରସିଦ୍ ଓ ତାରିଖ ଆଦି ଯୋଗୁଁ ଆବେଦନ ଫର୍ମ ପଡ଼ିରହିଛି । ତେଣୁ କରୋନ ଯୋଗୁଁ ୨୦୧୯ ୨୦୨୦, ୨୦୨୦-୨୧ ଶିକ୍ଷା ବର୍ଷରେ କୌଣସି ସ୍କୁଲ, କଲେଜର ପରୀକ୍ଷା ହୋଇ ନଥିବା ଯୋଗୁ ମାର୍କସିଟ୍ ଆସିନାହିଁ ତେଣୁ ଏଥିପାଇଁ ସ୍ପଷ୍ଟ ନିର୍ଦ୍ଦେଶନାମା ଦିଆଯାଉ । ୬, ଅନଲାଇନ ଜରିଆ ରେ ୟୁନିୟନ୍ ପଞ୍ଜିକରଣ ପ୍ରଥା ପ୍ରତ୍ୟାହାର କରାଯାଉ ।
୬. ୟୁନିୟନର କ୍ଷମତା ସଙ୍କୁଚିତ କରିବା ଉଦ୍ୟମ ବନ୍ଦ କରାଯାଉ । ଏହି ବୈଠକରେ ବିଜୟ ଜେନା, ବିପ୍ଲବ କେଶରୀ ମହାପାତ୍ର, ମଞ୍ଜୁଳା ମଞ୍ଜୁରୀ ମିଶ୍ର, ସସ୍ମିତା ବସ୍ତିଆ, ଅଶୋକ ସାନୁ, ସଙ୍କର ବେହେରା, ସୁଦର୍ଶନ ବାରିକ, ମୋହନ ମହାରଣା, ସୁବାସ ବାରିକ, ବିରଞ୍ଚ ବିଶ୍ଵାଳ, ରବିନ୍ଦ୍ରନାଥ ମହାନ୍ତି, ଗଦାଧର ପ୍ରଧାନ, ଜୟକୃଷ୍ଣ ମହ ପାତ୍ର, ଧୀରେନ୍ଦ୍ର ମହାନ୍ତି, ବିଷ୍ଣୁ ପ୍ରସାଦ ଭୁକନଳ, ବିଜ୍ଞାନ ବେହେରା ଓ ବହୁ ଶ୍ରମିକନେତା ଏହି ଘେରାଉକୁ ସଫଳ କରିବା ସହ ଦାବି ହାସଲ ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କଳ ଧାରଣାକୁ ସଫଳ କରିବା ପାଇଁ ଆହ୍ବାନ ଦେଇଥିଲେ ।

No Result
View All Result