ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ରଣପୁର :- ରଣପୁର ଶ୍ରୀଜଗନ୍ନାଥ ମନ୍ଦିର ବର୍ଷ ବର୍ଷ ଧରି ଚିର ଅବହେଳିତ ହୋଇପଡ଼ିରହିଛି । କରାଯାଉନାହିଁ ସରକାର ଙ୍କ ଦୃଷ୍ଟି ଗୋଚର ଏହି ମନ୍ଦିର ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେବାକୁ ସ୍ଥାନୀୟ ସେବାୟତ ସଂଘ ଦାବି କରିଥିବା ଜଣାଯାଇଛି । ତେବେ ସ୍ଥାନୀୟ ଜଗନ୍ନାଥ ପ୍ରେମୀ ତଥା ଭକ୍ତମାନେ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରିଆସୁଥିଲେ ମଧ୍ୟ ମନ୍ଦିରର ଉନ୍ନତି ଦିଗରେ ପଦକ୍ଷେପ ନିଆଯାଉ ନଥିବାରୁ ଶ୍ରଦ୍ଧାଳୁଙ୍କ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ରଣପୁର ବିଧାୟକଙ୍କର ନାହିଁ ପ୍ରଚେଷ୍ଟା ଯଦି ବିଧାୟକ ଏଥିପ୍ରତି ବିଶେଷ ଦୃଷ୍ଟି ଦିଅନ୍ତେ ସରକାର ଙ୍କ ପକ୍ଷରୁ ରଣପୁର ଶ୍ରୀ ମନ୍ଦିରର ଉନ୍ନତି ହୋଇପାରନ୍ତା ।
ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଆନ୍ତରିକ ପ୍ରଚେଷ୍ଟା କ୍ରମେ ରାଜ୍ୟ ସରକାର
ସୂଚନା ଥାଉକି, ରଣପୁରର ୯୨ ତମ ରାଜା ଉଦ୍ଧବ ସିଂହ ପ୍ରତି ଦ୍ବାଦଶ ଯାତ୍ରାରେ ଶ୍ରୀକ୍ଷେତ୍ର ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥାନ୍ତି । ହେଲେ ଏକଦା ଜଙ୍କିଆ ଗଡ଼ ନିକଟରେ ବନ୍ୟା ହେତୁ ଅଟକି ଯାଇ ତା’ ପରଦିନ ଶ୍ରୀକ୍ଷେତ୍ରରେ ପହଞ୍ଚିଥିଲେ । ତେବେ ପୂର୍ବ ଦିନ ଦେବଦର୍ଶନରୁ ବଞ୍ଚିତ ରାଜା ଦୁଃଖାଭିମାନରେ ଶ୍ରୀମନ୍ଦିରସ୍ଥ ବଟବୃକ୍ଷ ମୂଳରେ ୭ ଦିନ ଅଧିଆ ପଡ଼ିବାରୁ କାଳିଆ ଠାକୁର ରାଜାଙ୍କର ମନବ୍ୟଥା ବୁଝିପାରି ରାତିରେ ସ୍ଵପ୍ନାଦେଶ ଦେଲେ ।
ପରଦିନ ସ୍ବପ୍ନାଦିଷ୍ଟ ଗଜପତି ତଥା କଥିତ ରାଜାଙ୍କୁ ଶାଢ଼ି ପ୍ରଦାନ କରି ନରେନ୍ଦ୍ର ଉପାଧିରେ ଭୂଷିତ କରି ଶ୍ରୀମାଧବ ଗୋସ୍ଵାମୀଙ୍କୁ ପ୍ରଦାନ କରିଥିଲେ। ତେବେ ରାଜା ଉଦ୍ଧବ ନରେନ୍ଦ୍ର ୧୩୬୩ ଖ୍ରୀଷ୍ଟାବ୍ଦରେ ରଣପୁର ରାଜବାଟୀ ପାର୍ଶ୍ଵରେ ମନ୍ଦିର ନିର୍ମାଣ କରାଇ ଶ୍ରୀମାଧବ ଗୋସ୍ଵାମୀଙ୍କ ଦ୍ଵାରା ପ୍ରତିଷ୍ଠା କରିଥିଲେ । ପରେ ୧୦୪ ତମ ରାଜା ସାରଙ୍ଗଧର ନରେନ୍ଦ୍ର ୧୭୫୪ ଖ୍ରୀଷ୍ଟାବ୍ଦରେ ଚତୁର୍ଦ୍ଧାମୂର୍ତ୍ତି ସ୍ଥାପନ କରାଇ ,ରଣପୁରରେ ରଥଯାତ୍ରା ଆରମ୍ଭ କରିଥିଲେ ।
ଅପରପକ୍ଷେ, ଶ୍ରୀକ୍ଷେତ୍ର ଭଳି ଏଠାରେ ବଡ଼ଦାଣ୍ଡ, ନରେନ୍ଦ୍ର ପୋଖରୀ ଭଳି ପବିତ୍ର ବଧି ପୋଖରୀ, ମାଉସୀ ମା’ ମନ୍ଦିର, ରାଜନଅର ସାଙ୍ଗକୁ ଦେଉଳ ଓ ବହୁ ମଠ ଅଞ୍ଚଳର କୀର୍ତ୍ତି ବହନ କରୁଛନ୍ତି । ଏବେ ଅବହେଳିତ ହୋଇ ପଡ଼ିରହିଥିବା ଶ୍ରୀଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ କରାଗଲେ ଜିଲ୍ଲା ତଥା ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଳଙ୍କୃତ ହୋଇପାରନ୍ତା ବୋଲି ରାଜ୍ୟ ସେବାୟତ ସଂଘର ଉପସଭାପତି ହରିହର ନନ୍ଦ ଦାବି କରିଛନ୍ତି ।

© 2023 Odisha Taza News.