ଓଡ଼ିଶା ତାଜା ନ୍ୟୁଜ୍ /୧୭ ମଇ ମଙ୍ଗଳବାର/ବରଗଡ :- ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଗତକାଲି ଆରମ୍ଭ ହୋଇଥିବା ଆନନ୍ଦ ଆଚାର୍ଯ୍ୟ ପ୍ରୀମୀୟର ଲିଗ୍ ଫୁଟବଲ୍ ପ୍ରତିଯୋଗିତା ର ଆଜି ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ବୋରାସମ୍ୱର ଏଫ୍ ସି ଓ ବରଗଡ ରେଲୱେ ଏଫ୍ ସି ମଧ୍ୟରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ ରେ ପଦ୍ମପୁର ଦଳ ୩-୦ ଗୋଲରେ ବିଜୟୀ ହୋଇଥିଲା ।
ଦଳ ପକ୍ଷରୁ ସଞ୍ଜୀବ ଖରା ସୁନ୍ଦର ଖେଳ ପ୍ରଦର୍ଶନ କରି ଖେଳର ଶ୍ରେଷ୍ଠ ଖେଳାଳୀ ମନୋନୀତ ହୋଇଥିଲେ । ସଚ୍ଚିଦାନନ୍ଦ ପଣ୍ଡା ଙ୍କ ସଂଯୋଜନା ରେ ଅନୁଷ୍ଠିତ ପୁରସ୍କାର ବିତରଣି ଉତ୍ସବରେ ଡ. ସସ୍ମିତା ଦାଶ, ପଦ୍ମପୁର ଦଳର ମୁଖ୍ୟ କୁନାଲ ସିଂ ବରିହା ଅତିଥି ଭାବରେ ଯୋଗଦେଇ ପଦ୍ମପୁର ଦଳର ସଞ୍ଜୀବ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ପ୍ରଦାନ କରିଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା କ୍ରୀଡ଼ା ସଂସଦ ଆଜୀବନ ସଦସ୍ୟ ପ୍ରଦୀପ ନନ୍ଦ ଓ କୋଷାଧ୍ୟକ୍ଷ ଡ. ଶୁଭ୍ରାଂଶୁ ଶେଖର ମହାପାତ୍ର ସହଯୋଗ କରିଥିଲେ । ଏହି ମ୍ୟାଚ୍ କୁ ଆଶୀର୍ବାଦ କାନୁନଗୋ ପରିଚାଳନା କରିଥିବା ବେଳେ ତାଙ୍କୁ ଲାଇନ୍ ରେ ବିପୁଳ ବିଦ୍ୟାଧର ଓ ପ୍ରଶାନ୍ତ ବେହେରା ସହଯୋଗ କରିଥିଲେ । ସଂଜୟ ଦାଶ ଚତୁର୍ଥ ରେଫରୀ ଥିଲେ ।














