No Result
View All Result
ଭ୍ରାମ୍ୟମାଣ ପାଠାଗାର କାର୍ଯ୍ୟକ୍ରମ ରେ ମତପ୍ରକାଶ
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ବରଗଡ଼ :- ପୁସ୍ତକ ଅଧ୍ୟୟନ ଛାତ୍ର ଛାତ୍ରୀମାନଙ୍କୁ ପ୍ରଜ୍ଞାବାନ, ବୁଦ୍ଧିମାନ ଓ ବିବେକବାନ କରି ଗଢି ତୋଳିଥାଏ। ତେଣୁ ଛାତ୍ରଛାତ୍ରୀମାନେ ପାଠ୍ୟପୁସ୍ତକ ମଧ୍ୟରେ ସୀମିତ ନରହି ବିଭିନ୍ନ ପତ୍ରପତ୍ରିକା ସହ ପୁସ୍ତକ ଅଧ୍ୟୟନ କରି ଚରିତ୍ର ଗଠନ କରିବାକୁ ଶିଶୁ ଶ୍ରୀ ଭ୍ରାମ୍ୟମାଣ ପାଠାଗାର ତରଫରୁ ଆୟୋଜିତ ପିଲାଙ୍କ ପାଖରେ ପାଠାଗାର କାର୍ଯ୍ୟକ୍ରମ ରେ ମତ ପ୍ରକାଶ ପାଇଛି। ସ୍ଥାନୀୟ ବିରମାଲ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ସଭାପତି ମନୋରଂଜନ ମେହେର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପଣ୍ଡିତ ଗୋପବନ୍ଧୁ ପୁରୋହିତ ପୁସ୍ତକ ଅଧ୍ୟୟନ ବ୍ୟକ୍ତିତ୍ଵ କୁ ଶାଣିତ କରିବା ସହ ବ୍ୟକ୍ତି କୁ ଜ୍ଞାନବାନ ଓ ବିବେକବାନ କରି ଗଢି ତୋଳିଥାଏ ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିରମାଲର ସରପଂଚ ସୁଷମା ଆଚାର୍ଯ୍ୟ ପିଲାମାନେ ମୋବାଇଲ ଛାଡ଼ି ପୁସ୍ତକ ସହ ବନ୍ଧୁତା କରିବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଦାଶ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଚନ୍ଦ୍ର ଶେଖର ସାହୁ,ସ°ସ୍କୃତ ଶିକ୍ଷକ ନନ୍ଦ ଲାଲ ସାହୁ ପୁସ୍ତକ ପଠନ ର ଉପାଦେୟତା ଓ ଗୁରୁତ୍ୱ ବିଷୟରେ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ଏହି ଅବସରରେ ଅନୁଷ୍ଠିତ ପଠନ କାର୍ଯ୍ୟକ୍ରମ ରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ମାନିନୀ ରଣା, ଗଜାନନ ସାହୁ ଓ ତୃପ୍ତି ମେହେର ଙ୍କୁ ପୁରସ୍କୃତ କରାଯାଇଥିଲା।’ ଶିଶୁଶ୍ରୀ’ ର ଆବାହକ ଶିଶୁ ସାହିତ୍ୟିକ ଡକ୍ଟର ରବିନାରାୟଣ ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ସୂର୍ଯ୍ୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

No Result
View All Result