No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୫ ମଇ ରବିବାର/ଭୁବନେଶ୍ୱର :- ରାଜସ୍ତାନ ଯୋଧ୍ପୁରରେ ଚାଲୁଥିବା ଚିନ୍ତନ ବୈଠକରେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଅଖିଳ ଭାରତ ଜାତୀୟ କଂଗ୍ରେସ କମିଟିର ପୂର୍ବତନ ସଭାପତି ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ, ସାଧାରଣ ସଂପାଦିକା ପ୍ରୀୟଙ୍କା ଭଦ୍ରା ଗାନ୍ଧୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ଦ୍ୱିବେଦି,
ଶ୍ରୀ ସଚିନ୍ ପାଇଲଟ୍, କେ.ସି. ଭେନୁଗୋପାଲ ଜୀ ଓ ଅନ୍ୟ ବହୁ ବରିଷ୍ଠ କଂଗ୍ରେସ ନେତୃବୃନ୍ଦଙ୍କ ସହିତ ଓଡ଼ିଶା ପ୍ରଦେଶ କଂଗ୍ରେସ ସଂଗଠନକୁ କିଭଳି ଅଧିକ ମଜ୍ଭୁତ ଓ ସଶକ୍ତ କରାଯାଇପାରିବ ସେ ବିଷୟରେ ସମସ୍ତ ଦିଗପ୍ରତି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଶ୍ରୀ ପଟ୍ଟନାୟକ ଶ୍ରୀମତୀ ପ୍ରୀୟଙ୍କା ଗାନ୍ଧୀଙ୍କୁ ସ୍ୱତନ୍ତ୍ର ଭାବେ ସାକ୍ଷାତ କରି ଓଡ଼ିଶା ପ୍ରଦେଶ କଂଗ୍ରେସର ସଂଗଠନକୁ ମଜଭୁତ କରିବା ପାଇଁ ଆଲୋଚନା କରିଥିଲେ । ଶ୍ରୀମତୀ ପ୍ରୀୟଙ୍କା ଗାନ୍ଧୀ ଖୁବ୍ ଶୀଘ୍ର ଓଡ଼ିଶା ଆସିବେ ଓ ଓଡ଼ିଶା ସଂଗଠନକୁ ଅଧିକ ମଜ୍ଭୁତ କରିବା ପାଇଁ ଅଧିକ ସମୟ ଦେବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି ।
No Result
View All Result