No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୧୨ ମଇ ଗୁରୁବାର/ପାରଳାଖେମୁଣ୍ଡି :- ସ୍ବାସ୍ଥ୍ୟ ସେବା ଦିଗରେ ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଜିଲ୍ଲା ପ୍ରଶାସନକୁ ଯୋଗାଇଯାଇଥିବା ଆମ୍ବୁଲାନ୍ସର ଆଜି ଲୋକାର୍ପିତ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଆଜି ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି ଜିଲ୍ଲାପାଳ ଶ୍ରୀ ପଣ୍ଡା । ଏଥି ନେଇ ଆଇସିଆଇସିଆଇ ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ପ୍ରବନ୍ଧକ ଅମିୟ ନାୟକ, ଆଞ୍ଚଳିକ ମୁଖ୍ୟ (ସରକାରୀମାମଲା) ଅରୂପ ମହାପାତ୍ର ପ୍ରମୁଖ ଆମ୍ବୁଲାନ୍ସର ଚାବିକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଉକ୍ତ ଆମ୍ବୁଲାନ୍ସର ମୂଲ୍ୟ ପ୍ରାୟ ୨୩ଲକ୍ଷ ଟଙ୍କା ହେବ ବୋଲିସୂଚନା ପ୍ରଦାନ କରାଯାଇଛି । ଏଥିଦ୍ବାରା ଜିଲ୍ଲାର ଦୁର୍ଗମ ତଥା ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କୁ ମିଳିପାରିବ ଆମ୍ବୁଲାନ୍ସ ସେବା ।
ଏହି କାର୍ଯ୍ୟକ୍ରମରେ ପାରଳାଖେମୁଣ୍ଡି ଆଇସିଆଇସିଆଇ ବ୍ରାଞ୍ଚହେଡ ସୁଜିତ କୁମାର ସ୍ବାଇଁ, ବିବେକାନନ୍ଦ ପ୍ରମୁଖଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ୍ବର ଚନ୍ଦ୍ର ନାଏକ, ଜିଲ୍ଲା ମୂଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର ପ୍ରମୁଖଙ୍କ ସହ ବହୁ ଜିଲ୍ଲା ଅଧିକାରୀ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ମୁଖ୍ୟତଃ ନୂଆଗଡ ବ୍ଲକ ଓ ରାୟଗଡ ବ୍ଲକର ବିଭିନ୍ନ ପଂଚାୟତ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ରହିଛି । ଏଠାକାର ଲୋକେ ଯୋଗାଯୋଗ ଅଭାବରୁ ଆମ୍ବୁଲାନ୍ସ ସେବା ପାଇବାରୁ ବଞ୍ଚିତ ହେଉଥିଲେ । ଉକ୍ତ ଆମ୍ବୁଲାନ୍ସ ଟି ନୂଆଗଡ ବ୍ଲକ ଖଜୁରୀପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ମୁତୟନ ରହିବ ବୋଲି ଜଣାପଡିଛି । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନର ଏପରି ବଦାନ୍ୟତା ତଥା ଜନହିତକର ପଦକ୍ଷେପ ପାଇଁ ସବୁ ମହଲରେ ସାଧୁବାଦର ଶୁଅ ଛୁଟିବାରେ ଲାଗିଛିl

No Result
View All Result