ଓଡ଼ିଶା ତାଜା ନ୍ୟୁଜ୍ /୦୬ ମଇ ଶୁକ୍ରବାର/ଭୁବନେଶ୍ୱର :- ବୈପାରିଗୁଡା :- ବୈପାରିଗୁଡା ଅଚଂଳରେ ଦିନ କୁ ଦିନ ଦୁର୍ଘଟଣା ବଢି ଚାଲିଥିବା ବେଳେ ଏହାକୁ କମାଇବା ନେଇ ବୈପାରିଗୁଡା ପୋଲିସ ପକ୍ଷରୁ ରାତ୍ରି ସମୟରେ ପୋଟ୍ରୋଲିଙ୍ଗ ଜୋର ଦାର କରିବା ସହିତ ଆଜି ରାତ୍ରି ସମୟରେ ବୈପାରିଗୁଡା ଥାନା ଡିଏସପି ବିରଞ୍ଚି ନାରାୟଣ ଜଗତ ଓ ପୋଲିସ କର୍ମଚାରୀଙ୍କ ସହିତ ମହୁଲି ପଞ୍ଚାୟତର ସ୍ବେର୍ଚ୍ଚାସେବୀ ଅନୁଷ୍ଠାନ ଗରିବର ସାଥି ସଦସ୍ଯ ମାନଙ୍କ ସହିତ କୋଟାଛକ ଠାରେ ରାତ୍ରିକାଳୀନ ଛୋଟବଡ ଯାନବାହାନ ଯାଞ୍ଚ କରିଥିବାର ଜଣାପଡିଛି !
ଅସାମାଜିକ ବ୍ଯକ୍ତି ତଥା ଚୋର ଡକାୟତ ଓ ଗଞ୍ଜେଇ ବେପାରୀ ମାନେ ରାତ୍ରି ସମୟର ସୁଯୋଗ ନେଇ ଅପରାଧ କରିବା ସହିତ କିଛି ଲୋକେ ରାତ୍ରି ସମୟରେ ମଦ ପିଇ ଗାଡି ଚଲାଉଥିବା ବେଳେ କୌଣସି କାରଣ ବସ୍ଥତ ଦୁର୍ଘଟଣା ଘଟୁଥିବାରୁ ରାତ୍ରି କାଳୀନ ଯାଞ୍ଚ କରିବା ନେଇ ଡିଏସପି ବିରଞ୍ଚି ନାରାୟଣ ଜଗତ ନିଷ୍ପର୍ତ୍ତି ନେଇ ମଦ୍ଯପାନ କରି ଗାଡି ଚଲାଉଥିବା ବ୍ଯକ୍ତି ମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ବୋଲି ଜଣାପଡିଛି !
ସେହି ପରି ଭାବେ ଡାଲା ଗାଡିରେ ମାତାଧିକଂ ଯାତ୍ରୀ ପରିବହନ କରାଯାଉଥିବାରୁ ତାକୁ ମଧ୍ଯ ତାଗିଦ କରିବା ସହ ଜରିମାନା ଆଦାୟ କରାଯିବ ବୋଲି ଜଣାପଡିଛି ! ଯୁବକ ମାନଙ୍କ ଦ୍ବାରା ଦ୍ରୁତ ଗତିରେ ଚଲାଉଥିବା ଗାଡି ଚାଳକମାନଙ୍କୁ ମଧ୍ଯ ବିଶେଷ ଭାବରେ ଯାଞ୍ଚ କରିବା ସମୟରେ ହେଲମେଟ , ଡ୍ରାଇଭିଙ୍ଗ ଲାଇସେନ୍ସର ଦେଖିବା ସହିତ ଗାଡିର କାଗଜପତ୍ର କୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ ହେବ ବୋଲି ଜଣାଯାଇଛି !














