ଓଡ଼ିଶା ତାଜା ନ୍ୟୁଜ୍ /୦୫ ମଇ ଗୁରୁବାର/ ଭୁବନେଶ୍ୱର :- ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ .ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’ର ସଫଳ ରୂପାୟନ ପାଇଁ ଆଜି ଏକ ରାଜ୍ୟସ୍ତରୀୟ କର୍ମଶାଳା ସ୍ଥାନୀୟ ଶିରିପୁରସ୍ଥିତ ଇମେଜ ସମ୍ମିଳନୀ କକ୍ଷରେ ଓଡ଼ିଶା କୃଷି ପ୍ରୋତ୍ସାହନ ଓ ପୁଞ୍ଜିଲଗାଣ ନିଗମ ଲିଃ (ଆପିକଲ) ତରଫରୁ ଆୟୋଜନ କରାଯାଇଥିଲା । କର୍ମଶାଳାଟି କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରାଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଥିଲା । ଆପିକଲର ପରିଚାଳନା ନିର୍ଦ୍ଦେଶକ ଡା. ପ୍ରଭାତ କୁମାର ରାଉଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସହ ସଂଶ୍ଳିଷ୍ଟ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡ. ଏମ୍. ମୁଥୁକୁମାର, ଉଦ୍ୟାନ କୃଷି ନିର୍ଦ୍ଦେଶକ ରୋହିତ କୁମାର ଲେଙ୍କା, ପ୍ରାଣୀଚିକିତ୍ସା ଓ ପ୍ରାଣୀପାଳନ ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ମତ୍ସ୍ୟ ନିର୍ଦ୍ଦେଶକ ସ୍ମଚ୍ଚmଞ୍ଛ;ୃତି ରଞ୍ଜନ ପ୍ରଧାନ ଆଦି ନିର୍ଦ୍ଦେଶକମାନେ କର୍ମଶାଳା ସମ୍ବର୍ନ୍ଧରେ ନିଜ ନିଜର ଉଦ୍ବୋଧନୀ ଭାଷଣ ପ୍ରଦାନ କରିଥିଲେ । ପୁନଶ୍ଚ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଆବାହକ ଶ୍ରୀ ଜେନା ଉପସ୍ଥିତ ରହି ବ୍ୟାଙ୍କମାନଙ୍କ ଭୂମିକା ଉପରେ ମନ୍ତବ୍ୟ ପ୍ରକାଶ କରିଥିଲେ ା ଏଥି ସହ ଇମେଜର ନିର୍ଦ୍ଦେଶକ ଶ୍ରୀ ମଧୁସୂଦନ ମିଶ୍ର ଏବଂ ଅତିରିକ୍ତ ସଚିବ ଅଞ୍ଜନା ପଣ୍ଡା ବିଭିନ୍ନ ଜିଲ୍ଲାରୁ ଆସିଥିବା ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀ ଏବଂ ଉଦ୍ୟୋଗୀମାନେ ଏହି କର୍ମଶାଳାରେ ଉପସ୍ଥିତ ଥିଲେ ।
କୃଷି ଉତ୍ପାଦନ କମିଶନର ତଥା ଅତିରିକ୍ତ ମୁଖ୍ୟ କୃଷି ଉଦ୍ୟୋଗ ଯୋଜନାର ପ୍ରତିକାତ୍ମକ ଲୋଗା ଓ ସାମାଜିକ ଗଣମାଧ୍ୟମରେ ପ୍ରସାରଣଯୋଗ୍ୟ ଭିଡ଼ିଓ ଉନ୍ମୋଚନ କରିଥିଲେ । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ରୂପରେଖ ଓ ପରିବର୍ତ୍ତିତ ମାର୍ଗଦର୍ଶିକା ସମ୍ବନ୍ଧରେ ଆଲୋଚନା ତଥା ଗୋ-ସୁଗମ ପୋର୍ଟାଲର ବ୍ୟବହାର ଓ ଉପଯୋଗିତା ସମ୍ବନ୍ଧରେ ପ୍ରଦର୍ଶନ କରାଯାଇଥିଲା । ପ୍ରକାଶ ଥାଉ କି, ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପିତ ଗୋ-ସୁଗମ ପୋର୍ଟାଲ ହେଉଛି ଗୋଟିଏ ଏକକ ପ୍ଲାଟଫର୍ମ, ଯାହା ମାଧ୍ୟମରେ ଜଣେ କୃଷି ଉଦ୍ୟୋଗୀ ବିଭିନ୍ନ ସେବାର ସୁବିଧା ହାସଲ କରିପାରିବ । ପରିଶେଷରେ କର୍ମଶାଳାରେ ଉପସ୍ଥିତ ଥିବା ସମସ୍ତ ଅଂଶଗ୍ରହଣକାରୀଙ୍କ ମତ ସଂଗ୍ରହ କରାଯାଇଥିଲା ।














