No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୯ ଏପ୍ରିଲ ଶୁକ୍ରବାର /ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ନୂଆଗାଁ ପ୍ରାଥମିକ ବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ( ଏଫ୍.ଏଲ୍.ଏନ୍) ତାଲିମ ଶିବିର ଉଦଯାପିତ ହୋଇଯାଇଛି । ଆର୍ ପି ଶ୍ରୀନିବାସ ରଥ ଏବଂ ଭବାନୀ ପ୍ରସାଦ ସାହୁ ,୨୦୨୫-୨୬ ମସିହା ସୁଦ୍ଧା ୩ୟ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ର ଛାତ୍ରୀ ଭାଷା ଓ ଗଣିତ ର ମୌଳିକ ଦକ୍ଷତା କିପରି ହାସଲ କରିବେ ସେ ଉପରେ ତାଲିମ ପ୍ରଦାନ କରିଥିଲେ ।
ଏହି ତାଲିମ ଶିବିରରେ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ତାଲିମ ଗ୍ରହଣ କରିଥିଲେ । ଅତିରିକ୍ତ ବ୍ଲକ୍ ଶିକ୍ଷା ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ସେଠୀ ତାଲିମ ଶିବିର ପରିଦର୍ଶନ କରିଥିବା ବେଳେ ସି ଆର୍ ସି ସି କୈଳାଶ ଚନ୍ଦ୍ର ନାୟକ ,ନିମାଇ ଚରଣ ସାହୁ ସହଯୋଗ କରିଥିଲେ ।

No Result
View All Result