ଓଡ଼ିଶା ତାଜା ନ୍ୟୁଜ୍ / ୨୭ ଏପ୍ରିଲ ବୁଧବାର / ନୟାଗଡ଼ :- ପ୍ରଚଣ୍ଡ ରୋଦ୍ରତାପକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲାର ସର୍ବ ପୂରାତନ କୃଷ୍ଣଚନ୍ଦ୍ର କ୍ଲବ ପକ୍ଷରୁ ଆଜିଠାରୁ ପଥଚାରୀ ମାନଙ୍କ ପାଇଁ ଦହିପଣା ବଣ୍ଟନର ଶୁଭାରମ୍ଭ କରାଯାଇଛି । କ୍ଲବର ନବ ନିର୍ବାଚିତ ସଭାପତି ଭାଗୀରଥ ଦାସ ଏବଂ ସଂପାଦକ ସଂଗ୍ରାମ ଗୁମାନସିଂ ବିଧିବଦ୍ଧ ଭାବେ ଏହି ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ବର୍ତ୍ତମାନ ପ୍ରବଳ ଖରା ସମୟରେ ଦୂରଦୂରାନ୍ତରୁ ଆସୁଥିବା ଯାତ୍ରୀମାନେ ପାଣି ପାଇଁ ଡହଳ ବିକଳ ହେଉଥିବା ବେଳେ
ନୟାଗଡ଼ ପୁରୁଣା ବସଷ୍ଟାଣ୍ଡ ନିକଟରେ ଥିବା କେସି କ୍ଲବ ପକ୍ଷରୁ ଏହି ଦହିପଣା ବଣ୍ଟନ ଯୋଗୁଁ ଅଧୁକାଂଶ ତୃଷାର୍ତ୍ତ ପଥଚାରୀଙ୍କ ତୃଷ୍ଣା ମେଣ୍ଟାଇବାରେ ଏହା ସହାୟକ ହେବ ବୋଲି ନବନିର୍ବାଚିତ ସଭାପତି ଏବଂ ସମ୍ପାଦକ ମତବ୍ୟକ୍ତ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମରେ ନୟାଗଡ଼ ମୁନିସିପାଲଟି ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା,
କୃବର କାର୍ଯ୍ୟକାରୀ କମିଟି ସଦସ୍ୟ ଲକ୍ଷ୍ମୀଧର ସାହୁ, ରାମକୃଷ୍ଣ ରଥ,ଗଗନ ବିହାରୀ ମହାପାତ୍ର, ପ୍ରଶାନ୍ତ ଆଚାର୍ଯ୍ୟ,ପୂର୍ନେନ୍ଦୁ ମାନସିଂ, ରାମଚନ୍ଦ୍ର ବେହେରା, ସମାଜସେବୀ ପ୍ରଦୀପ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଗ୍ରୀଷ୍ମଋତୁ ଶେଷ ପର୍ଯ୍ୟନ୍ତ ୫ ଶହରୁ ହଜାରେ ପର୍ଯ୍ୟନ୍ତ ପଥଚାରୀ ମାନଙ୍କୁ ଦୈନିକ ଦହିପଣା ବଣ୍ଟନ କରାଯିବ ବୋଲି କ୍ଲବ ପକ୍ଷରୁ ପ୍ରକାଶ କରାଯାଇଛି ।














