No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୬ ଏପ୍ରିଲ ମଙ୍ଗଳବାର / ରଣପୁର :- ନୟାଗଡ ଜିଲ୍ଲା ରଣପୁର ଅଞ୍ଚଳରେ ଗତ କିଛି ଦିନ ତଳେ ଚୋରି ହୋଇଥିବା ଶ୍ରୀ ସ୍ଵପ୍ନେଶ୍ୱରଙ୍କର ବିଗ୍ରହ ମୂର୍ତ୍ତି ପୁନର୍ବାର ସ୍ଥାପନା କରାଯାଇଛି । ତେବେ ମନ୍ଦିର ପ୍ରଶାସନ ଓ ଭକ୍ତଙ୍କ ସହାୟତାରେ ଶ୍ରୀ ସ୍ଵପ୍ନେଶ୍ୱର ଦେବଙ୍କ ତିନୋଟି ବିଗ୍ରହ ମୂର୍ତ୍ତି କିଣା ଯାଇଥିଲା ଯାହା ଗତ କାଲି ମନ୍ଦିର ରେ ସ୍ଥାପନା କରାଯାଇଛି ।
ତେବେ ଶ୍ରୀ ସ୍ଵପ୍ନେଶ୍ଵର ଦେବଙ୍କର ନୂତନ ବିଗ୍ରହ ପ୍ରତିଷ୍ଠା ଅବସରରେ ମନ୍ଦିର ପ୍ରାଙ୍ଗଣରେ ପୂଜାର୍ଚ୍ଚନା ଓ ପୂର୍ଣ୍ଣାହୁତି ପରେ ଠାକୁରଙ୍କ ନୂତନ ବିଗ୍ରହ କୁ ମନ୍ଦିରରେ ସ୍ଥାପନା କରାଯାଇଥିବା ଦେଖିବାକୁ ମିଳିଥିଲା । ଏହି ଅବସରରେ ଶ୍ରୀ ସ୍ଵପ୍ନେଶ୍ୱରଦେବଙ୍କ ପୀଠ ରେ ଶତାଧିକ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ।
ମନ୍ଦିରରେ ମୂର୍ତ୍ତି ସ୍ଥାପନା ଉପଲକ୍ଷେ ରଣପୁର ଯୁବ ସଂଗଠନ ତରଫରୁ ଭକ୍ତ ମାନଙ୍କ ପାଇଁ ଏକ ଜଳଛତ୍ରର ଆୟୋଜନ କରାଯାଇଥିଲା । ଏଥିରେ ଯୁବ ସଙ୍ଗଠନ ର ସମସ୍ତ ସଦସ୍ୟ ତଥା ସୁବାସ ମହାରଣା, ଅଶୋକ ପଟ୍ଟନାୟକ, ଶିବପ୍ରସାଦ ସାହୁ, ଲଷ୍ମୀଧର ସାମନ୍ତରାୟ,
ଅଜୟ ତୋଟାଳ, କାଳିଆ ମହାପାତ୍ର, ପ୍ରକାଶ ପ୍ରଧାନ, ଚଦ୍ରଶେଖର ମହାରଣା, ମାଧବ ଚନ୍ଦ୍ର ପ୍ରଧାନ, ସଞ୍ଜୟ ବାରିକ, ସୁଧାଂଶୁ ମହାରଣା ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମ ଟି ସୁବ୍ରତ କୁମାର ସାହୁ(ଜିଲୁ) ଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଥିଲା ।


No Result
View All Result