No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ /୨୨ ଏପ୍ରିଲ, ଶୁକ୍ରବାର / ଓଡ଼ଗାଁ :- ଜଗନ୍ନାଥ ପ୍ରସାଦ ଥାନା ଅନ୍ତର୍ଗତ ରାଉତି ଛକ ଠାରେ ଆଜି ସକାଳ ସମୟରେ ବୋଲେରୋ,ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଅଛି । ମୃତ ଯୁବକ ଓଡ଼ଗାଁ ଆଦର୍ଶ ଥାନା କୁରାଳ ପଞ୍ଚାୟତ ହନୁମୁନ୍ତିଆ ଗ୍ରାମର ରଞ୍ଜନ ଜେନା (୩୦) ବୋଲି ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଆଜି ସକାଳ ସମୟରେ ରଞ୍ଜନ ନିଜ ଗ୍ରାମ ହନୁମୁନ୍ତିଆରୁ ଓଡ଼ି ୦୨ଡି ୮୩୮୪ ନଂ ବିଶିଷ୍ଟ ବାଇକ ଯୋଗେ ବାହାରି ନିଜ କାର୍ୟ୍ୟସ୍ଥଳ ବେଲଗୁଣ୍ଠା ଅଭିମୁଖେ ଯାତ୍ରା କରିଥିଲେ ।

୨୧ ନଂ ଭୁବନେଶ୍ୱର-ଭଞ୍ଜନଗର ରାଜ୍ୟରାଜପଥ ରାଉତି ମୁଖ୍ୟ ଛକ ଠାରେ ସମ୍ମୁଖରୁ ଆସୁଥିବା ଓଡ଼ି ୩୩ କେ ୪୩୬୭ ନଂ ବିଶିଷ୍ଟ ବୋଲେରୋ ତାଙ୍କୁ ଧକ୍କା ଦେଇଥିଲା । ଯାହା ଫଳରେ ରଞ୍ଜନଙ୍କୁ ପ୍ରଥମେ ଜଗନ୍ନାଥ ପ୍ରସାଦ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ରଞ୍ଜନକୁ ମୃତ ଘୋଷଣା କରିଥିଲେ । ଖବର ପାଇ ଜଗନ୍ନାଥ ପ୍ରସାଦ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୋଲେରୋକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଅଛି । ରଞ୍ଜନଙ୍କ ଶବ ବ୍ୟବଚ୍ଛେଦ ପରେ ନିଜ ଗ୍ରାମ ହନୁମୁନ୍ତିଆରେ ଶେଷକୃତ୍ୟ ଆରମ୍ଭ ହୋଇଥିବା ଜଣାପଡିଛି । ରଞ୍ଜନ ଗ୍ରାମର ଜଣେ ମେଳାପୀ ଓ ଉତ୍ତମ ଯୁବକ ହୋଇଥିବାରୁ ରଞ୍ଜନଙ୍କ ମୃତ୍ୟୁରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।

No Result
View All Result