ଓଡ଼ିଶା ତାଜା ନ୍ୟୁଜ୍ (୨୧ଏପ୍ରିଲ,ଗୁରୁବାର ) ନୂଆଗାଁ :- ନୟାଗଡ ଜିଲ୍ଲା ମହିପୁର ବନାଞ୍ଚଳ ମହିତମା ସେକ୍ସନ ଅନ୍ତର୍ଗତ ଖାଲ ମଡା ବିଟ୍ ର ରଗଡ଼ି ମଡା ସଂରକ୍ଷିତ ଜଙ୍ଗଲ ରୁ ପ୍ରଥମ ଥର ଲାଗି ଦୁଇଟି ଟ୍ରକ୍ ରେ ଫାଶୀ ଶିମିଳି କାଠ ୪୭୦ ଘନ ଫୁଟ ଖପୁରୀଆ ସମିଲ କୁ ପଠାଯାଇଛି ।
ଏହି କାମକୁ ବନପାଳ ରାକେଶ କୁମାର ସାହୁ ,ବନରକ୍ଷୀ ଅର୍ଧେନ୍ଦୁ ପରିଡ଼ା ତଦାରଖ କରି ପଠାଇ ଥିଲେ । ପ୍ରଭୁ ଜଗନ୍ନାଥ ଙ୍କ ର କାଠ ଯାଉ ଥିବାରୁ ଗ୍ରାମବାସୀ ପୂଜା କରି ଗାଡ଼ିକୁ ଛାଡିଥିଲେ ।














