ଓଡ଼ିଶା ତାଜା ନ୍ୟୁଜ୍ (୧୪,ଏପ୍ରିଲ ଗୁରୁବାର ) କଟକ :- ଓଡ଼ିଆ ନୂଆବର୍ଷ ତଥା ମହାବିଷୁବ ପଣାସଂକ୍ରାନ୍ତି ଅବସରରେ ଚାଞ୍ଚୋଳ ଠାରେ ଅନୁଷ୍ଠିତ ବିଶ୍ବଶାନ୍ତି ମହାଯଜ୍ଞ ଅବସରରେ ଲଛମନ ଜୀୟୁ ବିକାଶ ପରିଷଦ ଦ୍ୱାରା ଆୟୋଜିତ ଚୈତ୍ର ମହୋତ୍ସବ ଏବଂ ପ୍ରତିଭା ସମ୍ମାନ ସମାରୋହ-୨୦୨୨ରେ ନୀଳଶୈଳ ତଥା ବିଶ୍ବ ଓଡ଼ିଆ ସମ୍ମିନୀର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଭୁ ପ୍ରସାଦ ନାୟକ (ବ୍ଯଙ୍ଗକବି ଡକ୍ଟର ଧର୍ମଛଡା)ଙ୍କୁ ବ୍ଯଙ୍ଗ ସାହିତ୍ୟ କ୍ଷେତ୍ରରେ
ଉଲ୍ଲେଖନୀୟ ଅବଦାନ ପାଇଁ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଅର୍ଗସ ଟିଭିର ସଂପାଦକ ଶ୍ରୀଯୁକ୍ତ ସଞ୍ଜୟ କୁମାର ଜେନା, ଅନ୍ଯତମ ସମ୍ମାନିତ ଅତିଥି ସାହାବ ଇମ୍ଫ୍ରାର ପରିଚାଳନା ନିର୍ଦ୍ଦେଶକ ପ୍ରିୟରଞ୍ଜନ ରାଉତରାୟ ପ୍ରମୁଖ ଅଙ୍ଗବସ୍ତ୍ର ଉପଢୌକନ ଏବଂ ୫୦୦୦ ଟଙ୍କାର ଚେକ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରୁଥିଲେ ଅନୁଷ୍ଠାନର ମୁଖ୍ୟ ତଥା ଆନ୍ତର୍ଜାତୀୟ ବାସ୍ତୁବିତ ଡକ୍ଟର ମନୋଜ କୁମାର ଲେଙ୍କା ।














