ଓଡ଼ିଶା ତାଜା ନ୍ୟୁଜ୍ (୯ ଏପ୍ରିଲ ଶନିବାର ) ବୈପାରିଗୁଡା :- ଧିରେ ଧିରେ ଗ୍ରୀଷ୍ମ ପ୍ରବାହ ବଢି ଚାଲିଥିବା ବେଳେ ଗାଁ ଗହଳି ଯୁବଗୋଷ୍ଠୀ ମାନେ ଦିନ ବେଳା କ୍ରିକେଟ ଖେଳର ମଜା ଉପଭୋଗ କରିବାରୁ ବଂଚିତ ହେଉଥିବା ବେଳେ ଏବେ ପ୍ରତ୍ୟେକ ଗାଁ ଗହଳି ମାନଙ୍କରେ ସଂନ୍ଧ୍ୟା ହେବା ମାତ୍ର ଆରମ୍ଭ ହୋଇ ଯାଉଛି ଭଳିବଲ ଖେଳ । କିଛି ଦିନ ନିଜ ନିଜ ଭିତରେ ଖେଳିବା ପରେ ଆରମ୍ଭ ହୁଏ ଟୁର୍ଣ୍ଣାମେ । ନିଜେ ଖେଳିବା ସହିତ ଅନ୍ୟ ଗାଁ ଗହଳିର ଯୁବକ ମାନଙ୍କୁ ଖେଳରେ ସାମିଲ କରି ନାଚଗୀତରେ କମ୍ପଯାଏ ଗ୍ରାମର ପରିବେଶ ।
ବୈପାରିଗୁଡା ବ୍ଳକ ଦଶମନ୍ତପୁର ପଂଚାୟତର ପଟ୍ରଗୁଡା ଠାରେ ଧର୍ମେନ୍ଦ୍ର ବାରିକଙ୍କ ଦ୍ୱାରା ଆୟେଜିତ ମାଁ ଜଗତଜନନୀ ରାତ୍ରିକାଳୀନ୍ଠ ଭଳିବଲ ଟୁର୍ଣ୍ଣାମେଣ୍ଠ ରେ ନବନିର୍ବାଚିତ ବ୍ଲ୍କ ଉପାଧ୍ୟକ୍ଷା ପୂର୍ଣ୍ଣମା ବାରିକ , ଜିଲ୍ଲାପରିଷନ ସଭ୍ୟ ବୈପାରିଗୁଡା ଜୋନ-୧ ର ରାଜେଶ୍ୱର ମହୁରିଆ ଓ ଜୋନ୍-୨ ର ମଣି ଜାନୀ , ଦଶମନ୍ତପୁର ସରପଂଚ ଆର. ରୋହିତ କୁମାର , ସମିତିସଭ୍ୟ ସାବିତ୍ରୀ ଦାୟକ ,ମହୁଲି ପଂଚାୟତର ସମିତିସଭ୍ୟ ଭକ୍ତରାମ ହରିଜନ ,
ବୈପାରିଗୁଡା ର ପୂର୍ବତନ ସରପଂଚ ଭାଗିରଥି ମୂର୍ଜିଆ , ଆଇନଜୀବୀ ଗୌର ଚନ୍ଦ୍ର ପାତ୍ର , ଆର ଦାମ୍ଭିକା ରାଓ, ବାଦଲ ବିଶୋଇ , ଝରିଆ ଖାନ , ସୁରେଶ ମିଶ୍ର, ଧନସାଇ ପରଜା ,ଧନ ଟାକ୍ରି ପ୍ରମୁଖ ଉପସ୍ଥିତ ରହି ଭଳିବଲ ଟୁର୍ଣ୍ଣାମେଣ୍ଟ କୁ ଉଦଘାଟନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଠରେ ୩୨ ଟି ଦଳ ଅଂଶ ଗ୍ରହଣ କରିଥିବାର ଜଣାଯାଇଛି ।
© 2023 Odisha Taza News.