No Result
View All Result
ଦୁଆରେ ଦେଖୁଦେଖୁ ବାଖର ବାବୁ ତାଙ୍କ ପତ୍ନୀଙ୍କୁ ଦିକପ ଚା ବରାତ କରି ଡ୍ରଇଂ ରୁମ ରେ ବସେଇଲେ

ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବାଖର ବାବୁ ତାଙ୍କ ଗୁଣବତ୍ତା ର ବର୍ଣନା କରିଚାଲିଥିଲେ.
ଓଡ଼ିଶା ତାଜା ନ୍ୟୁଜ୍ (୬ ଏପ୍ରିଲ ବୁଧବାର )ରଣପୁର :- ମର୍ନିଙ୍ଗୱାକ କରୁକରୁ କେତେବେଳେ ଯାଇ ବାଖର ବାବୁଙ୍କ ଦୁଆରେ ହେଲିଣି ମୋଅର ଆଉ ଖ୍ୟାଲ ନଥିଲା.ଭାବିଲି ତାଙ୍କ ଘରେ ଚା କପଟେ ପିଇ ଘରକୁ ଫେରିବି.ଦୁଆରେ ଦେଖୁଦେଖୁ ବାଖର ବାବୁ ତାଙ୍କ ପତ୍ନୀଙ୍କୁ ଦିକପ ଚା ବରାତ କରି ଡ୍ରଇଂ ରୁମ ରେ ବସେଇଲେ.ବସିବା ଭିତରେ ମୁଁ ଗୋଟି ଗୋଟି କରି ଦେଖୁଥିଲି ଡ୍ରଇଂ ରୁମ ସାରା ଭର୍ତି ମାନପତ୍ର ଆଉ ଫଳକ ସବୁକୁ.ଅତି ଯତ୍ନରେ ସାଇତl ହୋଇଥିଲା. ମନେମନେ ଭାବି ମୁଁ ଆଶ୍ଚର୍ଯ୍ୟ ବି ହେଉଥିଲି କେବେ ମ ବାଖର ବାବୁ ଏତେ ଗୁଣୀ ଓ ଗୁଣ ର ଅଧିକାରୀ ହେଲେ ?. ମତେ କାଇଁ ଜଣା ନାହିଁ. ଅବଶ୍ୟ ସେ ଆଜି ପ୍ରଚୁର ପଇସା ର ଅଧିକାରୀ ?. ମନରେ ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବାଖର ବାବୁ ତାଙ୍କ ଗୁଣବତ୍ତା ର ବର୍ଣନା କରିଚାଲିଥିଲେ. ଗୋଟିଏ ପରେ ଗୋଟିଏ ମାନପତ୍ର ର ଇତିହାସ ବଖାଣୁଥିଲେ.ଦେଖୁଥିଲି ସମସ୍ତ ମାନପତ୍ର କୋଉ ଅନାମଧେୟ ଉପାନ୍ତ ଅଂଚଳର.
କୋଉ କ୍ଳବ କି ପାଠାଗାର ର. କାହା ଏକାଦଶାହ ରେ ସ୍ମୃତିରେ ଫଳକ ତ କୋଉ ଗୀତିକାର ଙ୍କ ବହି ଉନ୍ମୋଚନରେ ମାନପତ୍ର ଟିଏ.କୋଉଠି ସେଜଣେ ସମାଜସେବୀ ତ କୋଉଠି ଜଣେ ଗାଳ୍ପିକ ସାହିତ୍ୟିକ ଅଥବା ଲେଖକଟିଏ ଭାବେ ଆୟୋଜକ ତାଙ୍କୁ ବର୍ଣ୍ଣନା କରିଛନ୍ତି.ଇତିମଧ୍ୟରେ ଚା ଆସି ପିଆ ବି ସରି ଯାଇଥିଲା.ହେଲେ ମନରେ ଅନେକ ପ୍ରଶ୍ନ ଉଙ୍କିମାରୁଥିଲା.ନିଜ ବ୍ୟବସାୟ ଛଡା ଦୁନିଆ ଦେଖିନଥିବା ବାଖର ବାବୁ ଏମିତି ଜ୍ଞାନୀ ଓ ଗୁଣୀ କେବେଠୁ ହେଲେଣି ?
ମନେ ପଡୁଥିଲା ନିକଟରେ ବାର୍ତାଳାପ ହୋଇଥିବା ଜଣେ ସାହିତ୍ୟାନୁରାଗୀଙ୍କ କଥା. କେତେ ଖୁସିରେ ସାହିତ୍ୟ ଆସର ର ଆୟୋଜନ କରୁଥିଲେ.ରାଜ୍ୟର ଜଣେ ପ୍ରମୁଖ ବ୍ୟକ୍ତି ମୁଖ୍ୟଅତିଥି ଭାବେ ଯୋଗ ଦେବେ ବୋଲି ମଧ୍ୟ ସମ୍ମତି ପ୍ରଦାନ କରିଥିଲେ. ହେଲେ ତାଙ୍କ ଖୁସି ଆଉ ଖୁସି ହୋଇ ରହିନଥିଲା ଯେବେ ଅନୁଷ୍ଠାନ କୁ ସାହାଯ୍ୟ କରିବା ବାହାନାରେ କିଛି ଆସାହିତ୍ୟିକ,ଶସ୍ତା ଲୋକପ୍ରିୟତା ଚାହୁଁଥିବା ବ୍ୟକ୍ତିଙ୍କୁ ମାନପତ୍ର ଓ ଫଳକ ଟିଏ ଦେଇ ସର୍ବସମ୍ମୁଖରେ ସମ୍ମାନିତ କରାଇବା ଚାପ ତାଙ୍କ ଉପରେ ବିଭିନ୍ନ ମହଲରୁ ପଡିଥିଲା.
ପରିଶେଷରେ ଏଭଳି ହେଲା ଯେ ପ୍ରାୟ 20 ଜଣଙ୍କୁ ସେ ମାନପତ୍ର ଓ ଫଳକ ଦେବାକୁ ପଡିଥିଲା. ଅବଶ୍ୟ ସେହିମାନଙ୍କ ଦାନରେ ଆସର ର ସମସ୍ତ ଖର୍ଚ୍ଚ ଭରଣା ହୋଇଯାଇ କିଛି ସଂଚୟ ବି ହୋଇପାରିଥିଲା. ତେବେ ବାଖର ବାବୁ ଯେ ଏଭଳି ଦୌଡରେ ନିଶ୍ଚୟ ସାମିଲ ଥିବେ ଏକଥା ଭାବିବା ମୋଅର ଆଉ ବିଳମ୍ବ ହେଲାନି. ବହୁ ଦୁଃଖ ଲାଗୁଥିଲା ସମାଜର ଏ ଅଧୋଗତି ପାଇଁ. ଦୁଃଖ ଲାଗୁଥିଲା ଆମମାନଙ୍କର ଏ ମାନସିକତା ପାଇଁ.ଚାଲୁ ଚାଲୁ ଘର ହୋଇଯାଇଥିଲ l. ପତ୍ନୀ ଦୁଆରେ ଠିଆ ହୋଇ ହସି କହୁଥିଲେ କୋଉଠି ଗଫ ମାରୁଥୀଲକି. ଅଫିସ ଯିବା ଡେରି ହଉଚି ଯେ.

No Result
View All Result