• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ନିଶା ବନ୍ଦ କର, ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଆଉ ସମ୍ମାନ ଦିଅ – ରାଇରଙ୍ଗପୁର

Proprietor Abhimanyu Maharana by Proprietor Abhimanyu Maharana
April 5, 2022
in ଓଡ଼ିଶା, ମୟୁରଭଞ୍ଜ, ହୋମ୍
0
ନିଶା ବନ୍ଦ କର, ମହିଳାମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଆଉ ସମ୍ମାନ ଦିଅ – ରାଇରଙ୍ଗପୁର
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ ( ୫ ଏପ୍ରିଲ ମଙ୍ଗଳବାର ) ରାଇରଙ୍ଗପୁର :- ମୟୁରଭଞ୍ଜ ଜିଲ୍ଲା ବାଦାମ ପାହାଡ଼ ଥାନା ଅନ୍ତର୍ଗତ ଜିପାବନ୍ଧ ପଞ୍ଚାୟତର ପୋଖରୀଆ ଗ୍ରାମରେ ଆଦିବାସୀ ସମ୍ପ୍ରଦାୟର ‘ହୋ’ ସମାଜ ତରଫରୁ ‘ହୋ ଗାଲାଂ ଜୁମୁରୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ସମ୍ମାନିତ ଅତିଥି ଭାବେ ଯଶିପୁର ମାନ୍ୟବର ବିଧାୟକ ଇଂ ଗଣେଶରାମ ସିଂଖୁଣ୍ଟିଆ, ଅନ୍ୟତମ ଅତିଥି ଭାବେ କରଞ୍ଜିଆର ମାନ୍ୟବର ବିଧାୟିକା ବାସନ୍ତୀ ହେମ୍ବ୍ରମ ଯୋଗଦେଇ ସମାଜରେ ଶାନ୍ତି, ମୈତ୍ରୀ ବିଶେଷକରି ମହିଳାମାନଙ୍କ ଉନ୍ନତି ପାଇଁ ଏବଂ ସମାଜରେ ସେମାନଙ୍କ ସମ୍ମାନ ଏବଂ ସୁରକ୍ଷା ପାଇଁ ସମସ୍ତେ ବଦ୍ଧପରିକର ହୋଇ କାର୍ଯ୍ୟ କରିବା ଉଚିତ୍ ବୋଲି କହିଥିଲେ ।

ବିଶେଷକରି ପଦ୍ମଶ୍ରୀ ତୁଳସୀ ମୁଣ୍ଡା ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ନିଶା ବନ୍ଦ କରିବା, ନିଶା ଯୋଗୁ ପଥଭ୍ରଷ୍ଟ ହୋଇଯାଉଥିବା ଯୁବକମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ଅସାମାଜିକ ଲୋକଙ୍କ କବଳରୁ ମହିଳାମାନଙ୍କୁ ସୁରକ୍ଷା ଦେବା ଏବଂ ମହିଳାମାନଙ୍କୁ ରାସ୍ତାଘାଟରେ କୌଣସି ସାମଗ୍ରୀ ବେପାର ବଣିଜରେ ନିୟୋଜିତ ନକରିବା ପାଇଁ ଆହ୍ୱାନ ଦେଇଥିଲେ । ହୋ ସମାଜର ପରମ୍ପରା ଓ ନୀତି ଅନୁଯାୟୀ ମହିଳାମାନଙ୍କୁ ଯଥେଷ୍ଟ ସମ୍ମାନ ଓ ସୁରକ୍ଷା ଦେବା ପ୍ରତ୍ୟେକ ଲୋକଙ୍କର ମାନବିକତା ହେବା ଉଚିତ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ଯଶିପୁର ବିଧାୟକ ଇଂ ଗଣେଶରାମ ସିଂଖୁଣ୍ଟିଆ ଉପସ୍ଥିତ ରହି ସବୁ କାର୍ଯ୍ୟକ୍ରମକୁ ପରିଚାଳନା କରୁଥିବାରୁ ହୋ ସମାଜ ପକ୍ଷରୁ ତାଙ୍କୁ ଅଶେଷ ଧନ୍ୟବାଦ ଦିଆଯାଇଥିଲା ।

ଏଠାରେ ଉଲ୍ଲେଖନୀୟ ଯେ, ଶ୍ରୀ ଖୁଣ୍ଣିଆଙ୍କ ପ୍ରଚେଷ୍ଟାରେ ରାଷ୍ଟ୍ରସ୍ତରୀୟ ହୋ ଗାଲାଂ ଜୁମୁରୁ କାର୍ଯ୍ୟକ୍ରମ ଦୁଇ ଦୁଇଥର ଅତି ସଫଳତାର ସହିତ ସମ୍ପାଦନ ହୋଇପାରିଥିବା ଏବଂ ହୋ ସମାଜ ପ୍ରତି ବିଧାୟକ ଶ୍ରୀ ଖୁଣ୍ଟିଆଙ୍କର ବିଶେଷ ଅବଦାନ ଏବଂ ସମର୍ପଣ ମନୋଭାବ ଯୋଗୁ ହୋ ଗାଲାଂ ସମିତି ପକ୍ଷରୁ ତାଙ୍କୁ ସାଧୁବାଦ ଦିଆଯାଇଥିଲା । ବିଶିଷ୍ଟ ଅତିଥିଭାବେ ଯୋଗ ଦେଇଥିବା କରଞ୍ଜିଆ ମାନ୍ୟବର ବିଧାୟିକା ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରହି ହୋ ସମ୍ପ୍ରଦାୟର ବିଶିଷ୍ଟ ବ୍ୟକ୍ତିମାନଙ୍କର ବଦାନ୍ୟତା ପାଇଁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଏହିଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ଚାଲୁ ରଖିବା ପାଇଁ ଆହ୍ୱାନ ଦେଇଥିଲେ ।

ଏହି ସଭାରେ ୱାରାଂଚିତି ଲିପିକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ୍ କରିବା ପାଇଁ ଯଶିପୁର ବିଧାୟକ ଶ୍ରୀ ଖୁଣ୍ଟିଆ ଦାବି କରିବା ସଙ୍ଗେ ସଙ୍ଗେ ମହିଳାମାନଙ୍କର ଏହି ସମାଜ ପ୍ରତି ଥିବା ଅବଦାନକୁ ଭୂୟସୀ ପ୍ରଶଂସା କରିଥିଲେ । ଏହି କାର୍ଯ୍ୟକ୍ରମରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରଘୁନାଥ ହେମ୍ବ୍ରମ, ସମାଜସେବା ପାଇଁ ସ୍ୱପ୍ନା ଫାଉଣ୍ଡେସନର ସହ ସମ୍ପାଦକ କୃଷ୍ଣଚନ୍ଦ୍ର ସାଣ୍ଡିଲି, ଓଡ଼ିଶା ଆଦିବାସୀ ଫାଉଣ୍ଡେସନର ସଭାପତି ଗମନ କଳା ଏବଂ ଗୁଗୁଲ ପ୍ଲାଟଫର୍ମର ଡ଼ିଜାଇନର ଗଣେଶ ବିଲଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ହୋ ସମାଜର ସମସ୍ତ କଳାକାର, ନବନିର୍ବାଚିତ ସମସ୍ତ ପଞ୍ଚାୟତ ପ୍ରତିନିଧିଙ୍କୁ ହୋ ଗାଲାଂ ସମିତି ତରଫରୁ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ହୋ ଗାଲାଂ ସମିତି ସଭାପତି ଗଙ୍ଗାଧର ହେମ୍ବ୍ରମ, ସାଧାରଣ ସମ୍ପାଦକ ମହାନ୍ତି ଜେରାଇ, ଉପଦେଷ୍ଟା ରାଙ୍ଗ୍‌ସା ଜେରାଇ ପ୍ରମୁଖ ଉପସ୍ଥିତ ରହି ସଭା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption

TPNODL launches ‘Solar Rath’ campaign in Baleshwar to accelerate rooftop solar adoption

September 9, 2026
 ବିଦ୍ୟୁତ୍ ଚୋରି ମାମଲାର ସହଜ ସମାଧାନ ପାଇଁ ତୃତୀୟ ଜାତୀୟ ଲୋକ ଅଦାଲତରେ ସାମିଲ ହେଲା ଟିପିଡବ୍ଲୁଓଡିଏଲ୍ 

TPWODL Joins 3rd National Lok Adalat to Facilitate Resolution of Electricity Theft Cases 

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

୩୨ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବରତୃତୀୟସନ୍ଧ୍ୟା

September 9, 2026
TPNODL launches ‘Solar Rath’ campaign in Baleshwar to accelerate rooftop solar adoption

TPNODL launches ‘Solar Rath’ campaign in Baleshwar to accelerate rooftop solar adoption

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version