No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ମାର୍ଚ୍ଚ ରବିବାର ) ଭୁବନେଶ୍ୱର :- ବିଜ୍ଞାନ ମଣିଷ ଜୀବନକୁ ଆଗକୁ ନେଇପାରେ ଓ ଖୁସି ଦେଇପାରେ । କିନ୍ତୁ ସାହିତ୍ୟ ଜୀବନକୁ ବୁଝିବାରେ ବହୁଭାବରେ ସାହାଯ୍ୟ କରେ । ପଛକୁ ଚାହିଁ ଉପଲବ୍ଧିର ନୂଆ ମାର୍ଗ ପ୍ରସ୍ତୁତ କରେ ସାହିତ୍ୟ । ଗୋଟିଏ ସମର୍ଥ ଓ ସଶକ୍ତ ସମାଜ ଗଢ଼ିତୋଳିବାରେ ସାହିତ୍ୟର ଭୂମିକା ଯୁଗେ ଯୁଗେ ସ୍ୱୀକୃତ ହୋଇଆସିଛି । ଅନ୍ୟପକ୍ଷରେ ସମକାଳର ସାହିତି୍ୟକ ରାଜନୀତି ଏବଂ ସାଂପ୍ରତିକ ସାମାଜିକ ସ୍ଥିତି ନେଇ ଅନ୍ୟମାନଙ୍କୁ ସଚେତନ କରିପାରେ । ରାଜନୀତି ଓ ସାହିତ୍ୟର ଲକ୍ଷ୍ୟ ଗୋଟିଏ, ମାତ୍ର ମାଧ୍ୟମ ପୃଥକ ହୋଇପାରେ ବୋଲି ଭୁବନେଶ୍ୱର ସାହିତ୍ୟ ପର୍ବର ଉଦ୍ଯାପନ କାର୍ଯ୍ୟକ୍ରମରେ ଅତିଥିମାନେ ମତ ଦେଇଛନ୍ତି ।
ଭୁବନେଶ୍ୱର ସାହିତ୍ୟ ସମାଜ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ଦୁଇଦିନିଆ ‘ଭୁବନେଶ୍ୱର ସାହିତ୍ୟ ପର୍ବି’ର ମୁକ୍ତ ଅଧିବେଶନରେ ଆଜି ପୂର୍ବାହ୍ନରେ ସମ୍ବାଦର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ସ୍ତମ୍ଭକାର ତଥା ଆଲୋଚକ ପ୍ରଫେସର ନିରଞ୍ଜନ ପାଢ଼ୀ ଯୋଗଦେଇ ସାହିତି୍ୟକ, ସାହିତ୍ୟ ଓ ସାହିତ୍ୟ ସଂଗଠନଗୁଡ଼ିକ ଉପରେ ବକ୍ତବ୍ୟ ରଖିଥିଲେ । ଅନୁଷ୍ଠାନର ଉପସଭାପତି କବି ରକ୍ଷକ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଆଭାସ ବରାଳଙ୍କ ଗପବହି ‘ଇଣ୍ଟରଭୁ୍ୟି’ ସୁନନ୍ଦା ତି୍ରପାଠୀଙ୍କ କବିତା ବହି ‘କବିତା କାରୁରୂପାି’ଓ ସୂର୍ଯ୍ୟ ମିଶ୍ରଙ୍କ କବିତା ବହି ‘ଅନ୍ୟମନସ୍କି’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିବାବେଳେ ଉତ୍ସବ ନିର୍ଦ୍ଦେଶକ ଡ. ଅଶୋକ କୁମାର ସିଂହ ଧନ୍ୟବାଦ ଅର୍ପଣ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ନିର୍ଦ୍ଦେଶିକା ଲିପିକା ସିଂହ ଦାରାଇଙ୍କ ସହ ସିନେ ସମୀକ୍ଷକ ଓ ଗବେଷକ ସୂର୍ଯ୍ୟ ଦେଓଙ୍କ ସାକ୍ଷାତକାର ଅନୁଷ୍ଠିତ ହୋଇଥିଲା । ଏଥିରେ ଲିପିକା ତାଙ୍କ ଚଳଚ୍ଚିତ୍ର ନିର୍ମାଣ ଶୈଳୀ ଓ ସମକାଳୀନ ପ୍ରାମାଣିକ ଚିତ୍ରର ଧାରା ଉପରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ।
ପରେ ପରେ ଓଡ଼ିଆ ଅନୁବାଦ ସାହିତ୍ୟ ସଂପର୍କିତ ଆଲୋଚନା ଚକ୍ରରେ ପ୍ରଫେସର ଡ. ମେରୀ ମହାନ୍ତି, ଡ. ବେଦୁଲା ରାମଲକ୍ଷ୍ମୀ ଓ ଡ. ପ୍ରଦୀପ କୁମାର ରାୟ ଅଂଶଗ୍ରହଣ କରିଥିଲେ ା ଅନୁବାଦିକା ରନିମାଳା ସ୍ୱାଇଁ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଓଡ଼ିଆ ସାହିତ୍ୟର ବ୍ୟାପକ ଅନୁବାଦ ପାଇଁ ବେସରକାରୀ ସ୍ତରରେ ରାଜ୍ୟ ଅନୁବାଦ ଏକାଡେମୀ ପ୍ରତିଷ୍ଠା ଉପରେ ଆଲୋଚକମାନେ ପ୍ରସ୍ତାବ ଦେଇଥିଲେ । ଅପରାହ@ରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ କବି ତଥା ପ୍ରାକ୍ତନ ସାଂସଦ ଡ. ପ୍ରସନ୍ ପାଟ୍ଟଶାଣୀ, ବିଶିଷ୍ଟ କବି ରାଜେଂଦ୍ର କିଶୋର ପଂଡ଼ା ଓ ଶ୍ରୀଦେବ ମଞ୍ଚାସୀନ ଥିଲେ । ଅନୁଷ୍ଠାନର ଉପସଭାପତି ମିନତି ଦାଶ ଓ ଅଧ୍ୟାପିକା ଡ. ଗୀତାଶ୍ରୀ ପି୍ରୟମ୍ବଦାଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ ଏହି ପାଠୋତ୍ସବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୫୦ରୁ ଅଧିକ କବି ଯୋଗଦେଇ ସ୍ୱରଚିତ ଲେଖା ପାଠ କରିଥିଲେ ।

No Result
View All Result