No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୦୪ ମାର୍ଚ୍ଚ ଶୁକ୍ରବାର ) ବୈପାରିଗୁଡା :- ବୈପାରିଗୁଡାର ବିଭିନ୍ନ ଶୈବପୀଠରେ ସକାଳୁ ମହାପ୍ରଭୁଙ୍କ ସାହାଣମେଳା ପାଇଁ ଶ୍ରଦ୍ଧାଳୁ ମାନଙ୍କ ସମାଗମ ପରିଲକ୍ଷିତ ହୋଇଥିବା ବେଳେ ଦକ୍ଷିଣ ଓଡିଶାର ପ୍ରସିନ୍ଧ ଶୈବପୀଠ ବାବା ଗୁପ୍ତେଶ୍ୱର ଠାରେ ମଧ୍ୟ ଦୁଇ ଦିନ ହେବ ଶ୍ରଦ୍ଧାଳୁ ମାନଙ୍କ ଗହଳି ଲାଗିରହିଥିବା ବେଳେ ମହାଶିବରାତ୍ରି ପାଇଁ ଗୁପ୍ତେଶ୍ୱର ପୀଠରେ ଭକ୍ତଙ୍କ ଲମ୍ବା ଲାଇନରେ ଠିଆ ହୋଇ ଗୁପ୍ତେଶ୍ୱର ବାବାଙ୍କୁ ଦର୍ଶନ କରୁଥିବାର ଦେଖାଯାଇଛି .ମହାପ୍ରଭୁ ଶିବ ଙ୍କ ମହାଶିବରାତ୍ରି ଉପଲକ୍ଷେ ଦକ୍ଷିଣ ଓଡିଶାର ପ୍ରମୁଖ ଶୈବପୀଠ ଗୁପ୍ତେଶ୍ୱର ଧାମରେ ଜାଗର ଅବସରରେ ଓଡିଶା ,ପଡେଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶରୁ ବହୁ ସଂଖ୍ୟାକ ଭକ୍ତ ଆସିଥିବାର ଦେଖାଯାଇଛି .

ଗତ ରବିବାର ଠାରୁ ପୀଠରେ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଗୁରୁବାର ପର୍ଯ୍ୟନ୍ତ ଜନଗହଳି ହୋବର ସମ୍ଭାବନା ରହିଛି . କୋରନା ମହାମାରୀ ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସମୟରେ କଟକଣା ଲାଗୁ କରୁଥିବା ବେଳେ ଚଳିତ ବର୍ଷ ପ୍ରଶାସନ କଟକଣା କିଛି ମାତ୍ରାରେ କହଳ କରିଛି .ଭକ୍ତ ମାନେ ମଧ୍ୟ ସାମାଜିକ ଦୂରତା ମାନିବା ସହିତ ମାସ୍କ ପରିଧାନ କରି ମନ୍ଦିର ଭିତରକୁ ପ୍ରବେଶ କରୁଥିବାର ଦେଖାଯାଇଛି .ସେହି ପରି ଭାବେ ବୈପାରିଗୁଡା ବ୍ଲକର ନୀଳକଣ୍ଠେଶ୍ୱର ,ପଶ୍ଚିମଶ୍ୱର ,ଗୁମ୍ମା ମନ୍ଦିର, ଧବେଳିଶ୍ୱର, ଡୁଡୁମାଶ୍ୱର , ଗାଢପୁଟ ଶିବ ମନ୍ଦିର , ଲୋକେଶ୍ୱର ସହ ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତଙ୍କ ସମାଗମ ପରିଲକ୍ଷିତ ହୋଇଛି .
ଶ୍ରଦ୍ଧାଳୁ ମାନେ ଫୁଲ, ବେଲପତ୍ର ,ଧୂପ,ଦୀପ,ଭୋଗ ଧରି ଶୈବପୀଠକୁ ଯାଉଥିବାର ଦେଖାଯାଇଛି .ଗୁପ୍ତେଶ୍ୱର ପୀଠରେ ବୈପାରିଗୁଡା ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ,ଅତିରିକ୍ତ ତହସିଲଦାର ସଞ୍ଜୀବ କୁମାର ସାହୁ, ବିଡିଓ ଅଭିମନ୍ୟୁ କବି ଶତପଥି ,ଦେବେଦର୍ତି ବିଭାଗ ତଥା ଜୟପୁର ତହସିଲଦାର ପ୍ରଧାନୀ ଟୁଲିଆମ୍ମା ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶାନ୍ତ ଶୃଙ୍ଗଳା ରକ୍ଷା କରିବା ନିମନ୍ତେ ଥାନା ଆଇଆଇସି ଅଶ୍ୱିନୀ କୁମାର ପଟ୍ଟନାୟକ ଙ୍କ ସହିତ ବହୁ ପୋଲିସ କର୍ମଚାରୀ ମାନେ ମୁତୟନ ହୋଇଛନ୍ତି .

No Result
View All Result