ଓଡ଼ିଶା ସମେତ ଛଅଟି ରାଜ୍ୟର ୨୪,୦୦୦ ଚାଷୀ ଉପକୃତ ହେବେ

ଓଡ଼ିଶା ତାଜା ନ୍ୟୁଜ୍ (୨୩ ଫେବ୍ରୁଆରୀ ବୁଧବାର ) ଭୁବନେଶ୍ୱର :- ଭାରତୀୟ ଚାଷୀମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ଲାଗି ନିଜର ପ୍ରତିବଦ୍ଧତାକୁ ଆଗକୁ ବଢ଼ାଇ ୱାଲମାର୍ଟ ଫାଉଣ୍ଡେସନ ପକ୍ଷରୁ ୪ କୋଟି ଟଙ୍କାର ଅନୁଦାନ ରାଶି ଘୋଷଣା କରାଯାଇଛି । ଯାହାକି ଓଡ଼ିଶା ସମେତ ଦେଶର ଛଅଟି ରାଜ୍ୟରେ କୋଭିଡ୍-୧୯ ମହାମାରୀ ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ଏବଂ ସେମାନଙ୍କ ସ୍ଥିତିକୁ ସୁଦୃଢ଼ କରିବା ଦିଗରେ ବ୍ୟବହାର କରାଯିବ । ଏହି ଛଅଟି ରାଜ୍ୟ ହେଉଛି ଓଡ଼ିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଉତରପ୍ରଦେଶ । ଫାଉଣ୍ଡେସନର ଅନୁଦାନ ଦ୍ୱାରା ଏହି ରାଜ୍ୟଗୁଡ଼ିକର ୨୪,୦୦୦ ଚାଷୀ ଉପକୃତ ହେବେ ।

ଫାଉଣ୍ଡେସନ ଦେଇଥିବା ଅନୁଦାନ ରାଶି ଇଟଂରନ୍ୟାସନାଲ୍ କ୍ରପ୍ସ ରିସର୍ଚ ଇନଷ୍ଟିଚ୍ୟୁଟ୍ ଅଫ୍ ସେମି-ଆରୀଡ୍ ଟ୍ରୋପିକ୍ସ (ଆଇସିଆରଆଇଏସଏଟି)କୁ ପ୍ରଦାନ କରାଯିବ । ଭାରତରେ ଚାଷ କାର୍ଯ୍ୟରେ ବ୍ୟବହାର ହେଉଛି ସାମଗ୍ରୀ ପାଇବାରେ ଅଭାବ ଓ ଗ୍ରାହକମାନଙ୍କ ଚାହିଦାରେ ହ୍ରାସ ଘଟିଥିବାରୁ ଚାଷୀମାନଙ୍କ ଆୟ ପ୍ରଭାବିତ ହୋଇଛି । ଅମଳ ପରବର୍ତୀ ସମୟରେ ଏହି ଅନୁଦାନ ରାଶି ପ୍ରଦାନ କରାଯାଇଥିବାରୁ ଯୋଗାଣ ଶୃଙ୍ଖଳକୁ ନେଇ ରହିଥିବା ବାଧାଗୁଡ଼ିକୁ ଦୂର କରିବାରେ ତାହା ସହାୟକ ହୋଇପାରିବ । ଚାଷୀମାନଙ୍କୁ ସାହାଯ୍ୟ କରିବା ଲାଗି ଆଇସିଆରଆଇଏସଏଟି ପକ୍ଷରୁ ଅନ୍ୟ ଆଠଟି ସଂଗଠନ ଯଥା ଟାନାଗର, ପ୍ରଧାନ, ଟ୍ରିକଲ୍ଅପ୍, ଆଇଏଫ୍ଡିସି, ଗ୍ରାମୀଣ ଫାଉଣ୍ଡେସନ ଅଫ ଇଣ୍ଡିଆ, ଡିଜିଟାଲ୍ ଗ୍ରିନ୍ ଇଣ୍ଡିଆ, ଟେକ୍ନୋସର୍ଭ ଓ ହିଫମର ଇଟଂରନ୍ୟାସନାଲ୍ ସହିତ ସହଯୋଗିତା ସ୍ଥାପନ କରିଛି ।

ଏହି ଅବସରରେ ୱାଲମାର୍ଟ ଫାଉଣ୍ଡେସନର ସଭାପତି କାଥଲିନ୍ ମ୍ୟାକ୍ଲଘିନ କହିଛନ୍ତି ଯେ, “ସାରା ବିଶ୍ୱର ଚାଷୀମାନେ ଇନପୁଟ୍, ବଜାର ଏବଂ ଉପକରଣକୁ ନେଇ ସମସ୍ୟା ସାମ୍ନା କରୁଛନ୍ତି ଯାହା ସମଗ୍ର ଋତୁକୁ ବିପଦରେ ପକାଇଛି । ଭାରତରେ ଏହି କ୍ଷୁତ୍ର ଚାଷୀ ସମୁଦାୟଙ୍କୁ ଆଗକୁ ବଢ଼ାଇବା ଲାଗି ଆମେ ଡିଜିଟାଲ୍ ପାକରେ ପହଂଚିବା, ବ୍ୟବସାୟ ପ୍ରଥା, ଲଜିଷ୍ଟିକ୍ସ ସହାୟତା ଏବଂ ଉଚ୍ଚ ମାନର ଇନପୁଟ୍ ଉପରେ ଗୁରୁତ୍ୱାରୋପ କରିବା ସହ ଆମ ପ୍ରତିବଦ୍ଧତା ୧.୪ ଲକ୍ଷରୁ ଅଧିକ ଚାଷୀଙ୍କ ନିକଟରେ ପହଂଚିପାରିଛି ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପାଖାପାଖି ୮୦,୦୦୦ ମହିଳା । ଏହି ଅନୁଦାନ ତୃଣମୂଳ ସ୍ତରରେ ଉଦ୍ୟମ ପାଇଁ ସହାୟକ ହେବ ଏବଂ ଚାଷୀମାନଙ୍କୁ ଆଗାମୀ ଋତୁରେ ଲାଭ ହାସଲ କରିବାରେ ସହାୟକ ହେବ ।’’

ଡକ୍ଟର ଜ୍ୟାକ୍ଲିନ୍ ହ୍ୟୁଗ୍ସ, ଡାଇରେକ୍ଟର ଜେନେରାଲ, ଆଇସିଆରଆଇଏସ୍ଏଟି କହିଛନ୍ତି ଯେ, “ୱାଲମାର୍ଟ ଫାଉଣ୍ଡେସନର ଏହି ଅନୁଦାନ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ତେଲେଙ୍ଗାନା ଓ ଉତରପ୍ରଦେଶର ୨୪,୦୦୦ ଚାଷୀଙ୍କୁ ପ୍ରଭାବିତ କରିବ । ଚାଷୀ ସମୁଦାୟ ଉପରେ କୋଭିଡ୍-୧୯ ମହାମାରୀ ପ୍ରଭାବର ମୁକାବିଲା ଲାଗି ଆଇସିଆରଆଇଏସ୍ଏଟି ଯୋଗଦାନ ପ୍ରଦାନ କରିବ । ଆହ୍ୱାନଗୁଡ଼ିକୁ ଅତିକ୍ରମ କରିବା ଏବଂ କୃଷି ମୂଲ୍ୟ ଶୃଙ୍ଖଳାର ଦକ୍ଷତାରେ ଉନ୍ନତି ଆଣବା ଲାଗି ଆମେ ଡିଜିଟାଲ୍ ଟୁଲ୍ସ ଓ ପ୍ରଯୁକ୍ତିର ବ୍ୟବହାର କରିବୁ ଯାହା ଚାଷୀଙ୍କ ବର୍ଦ୍ଧିତ ଅଂଶଗ୍ରହଣକୁ ନିଶ୍ଚିତ କରିବ ଏବଂ ସେମାନଙ୍କୁ ନିଜ ଆୟ ଓ ଜୀବିକା ଉପରେ ନିୟନ୍ତ୍ରଣ ହାସଲ କରିବାରେ ସହାୟକ ହେବ ।’’