No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୫ ଫେବୃଆରୀ ଶନିବାର )ବରଗଡ଼ :- ଇମ୍ପିରୟଲ କଲେଜ ପକ୍ଷରୁ ଏକ ଅଭିନବ ପ୍ରୟାସ କରାଯାଇ ପୁରୁଣା କାରରେ ଏକ ପାଠାଗାର ନିର୍ମାଣ କରାଯାଇଛି । ସ୍ଥାନୀୟ ବିଦ୍ୟାବିହାର ସ୍ଥିତ ଇମ୍ପରିୟଲ କଲେଜ ପରିସରରେ ଥିବା ସରସ୍ୱତୀ ବାଟିକାଠାରେ ଏହି କାରରେ ପୁରୁଣା ଟିଭି କେବିନେଟ ,ମାଇକ୍ରୋୱେଭ ପରି ପୁରୁଣା ଜିନିଷକୁ ବ୍ୟବହାର କରାଯାଇ ଏଥିରେ ପୁସ୍ତକ ରଖିବା ପାଇଁ କାର ଭିତରେ ଆଲମୀରା ନିର୍ମାଣ କରାଯାଇଛି ।
ଏହି କାରରୁ ବହି ନେଇ ଏହାର ଆଖପାଖରେ ବସି ମୁକ୍ତ ପବନ ଅଚଂଳରେ ବହି ଗୁଡିକ ପଢ଼ା ଯାଇପାରିବ । କଲେଜରେ ଥିବା ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ପରିଚାଳିତ ପ୍ରଗତି କ୍ଳବ ପକ୍ଷରୁ ଏହି ପ୍ରକଳ୍ପକୁ ସରସ୍ୱତୀ ପୂଜା ଦିନ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଚେୟାରମେନ ଦିପକ ଗୋୟଲଙ୍କ ସମେତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।

No Result
View All Result