No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧ ଫେବ୍ରୁଆରୀ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ମୋହନା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରାୟଗଡ ବ୍ଲକରେ କଂଗ୍ରେସ ଦଳ ତତ୍ପରତା ଦେଖାଇଛି । ରବିବାର ମୋହନା ବିଧାୟକତଥା ଗଜପତି ଜିଲ୍ଲା କଂଗ୍ରେସ ଦଳର ଅଧକ୍ଷ ଦାଶରଥି ଗମାଙ୍ଗ ମୁଖ୍ୟଅତିଥି ଭାବେ ଯୋଗ ଦେଇ ରାୟଗଡ଼ ଠାରେ କରାଯାଇଥିବା କଂଗ୍ରେସ କମିଟି କାର୍ଯ୍ୟାଳୟ ଉଦଘାଟନ କରିଛନ୍ତି । ଏହି ଅବସରରେ ବିଧାୟକ ଶ୍ରୀ ଗମାଙ୍ଗ କର୍ମୀ ମାନଙ୍କୁ ଲୋକଙ୍କର ନିକଟତର ହୋଇ ରାୟଗଡ଼ ଜିଲ୍ଲାପରିଷଦର ୧୩ ନଂ ଯୋନର କଂଗ୍ରେସ ପ୍ରାର୍ଥୀନୀ ଶ୍ରୀମତୀ ମାହେଶ୍ୱରୀ ଦେବୀ (ପିଙ୍କି) ଙ୍କ ନିମନ୍ତେ ଭୋଟ ଭିକ୍ଷା କରିବାର ଗୁରୁମନ୍ତ୍ର ଦେଇଛନ୍ତି ।
ବିଧାୟକ କହିଛନ୍ତି ଲୋକେ କଂଗ୍ରେସ ଦଳକୁ ଚାହୁଁଛନ୍ତି ତେଣୁ ରାୟଗଡ଼ ବ୍ଲକର ଦୁଇଗୋଟି ଯୋନର ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଜୟଯୁକ୍ତ କରାଇବା ର ଆବଶ୍ୟକ ରହିଛି ବୋଲି କହିଥିଲେ । ତେବେ କର୍ମୀ ମାନେ ମଧ୍ୟ ଉତ୍ସାହର ସହ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳୁଛି l ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ ବ୍ଲକ କଂଗ୍ରେସ ସଭାପତି ଲବ ଶବର, ଉପସଭାପତି ମଫିଏଲ୍ ସ୍ୱାଲସିଂ, ପୂର୍ବତନ ଜିଲ୍ଲା ପରିଷଦ ପ୍ରାର୍ଥୀ ଅରୁଣ କୁମାର ମାଝୀ, ବ୍ଲକ ଯୁବ କଂଗ୍ରେସ ସଭାପତି ବିବେକା ନନ୍ଦ ଶବର, ବିନାୟକ ଭୂୟାଁ , ଜିବିଶୀୟ ସ୍ୱାଲସିଂ, ସୁବି ଚିଞ୍ଚାଣୀ ମୂର୍ସୂତା ମଣ୍ଡଳ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ରାମ ପ୍ରସାଦ ମହାନ୍ତି ଙ୍କ ସହିତ ଅନେକ କର୍ମୀ ଉପସ୍ଥିତ ଥିଲେ ।

No Result
View All Result