No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାରେ ଆଗାମୀ ଦିନରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ପ୍ରତନିଧି , ନିର୍ବାଚନକୁ କିପରି ସ୍ୱଚ୍ଛ , ଅବାଧ ଓ ନିରପେକ୍ଷ ହୋଇପାରିବ ସେଥିପାଇଁ ସାଧାରଣ ପର୍ଯ୍ୟବେକ୍ଷକ ଶ୍ରୀ -ବିଶ୍ଵମୋହନ ରାୟ ଏବଂ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଶ୍ରୀ ମଦନ ସିଂ ଦ୍ୱାରା ରାଜନୈତିକ ଦଳର ପ୍ରତିନିଧି ଏବଂ ଜିଲ୍ଲା ପରିଷଦର ପ୍ରାର୍ଥୀମାନଙ୍କୁ ନେଇ ଏକ ବୈଠକ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳିନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଅଧ୍ୟକ୍ଷତା କରିଥିଲେ ।
ସାଧାରଣ ପର୍ଯ୍ୟବେକ୍ଷକ , ଜିଲ୍ଲାରେ ହେବାକୁ ଥିବା ନିର୍ବାଚନ କିପରି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି ହୋଇଥିବା ନିର୍ଦେଶାବଳୀ ଅନୁସାରେ କରାଯିବ ତାହା ଉପରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ସେହି ପରି ଖର୍ଚ୍ଚ ପର୍ଯ୍ୟବେକ୍ଷକ, ଖର୍ଚ୍ଚ ସୀମା ଉପରେ ସମସ୍ତଙ୍କୁ ଅବଗତ କରିବା ସହ ନିର୍ବାଚନ ଅଧିକାରୀଙ୍କ ପାଖରେ ପ୍ରତିଦିନ ଖର୍ଚ୍ଚର ପରିମାଣକୁ ଉପସ୍ଥାପନା କରିବା ପାଇଁ ଆଲୋଚନା କରିଥିଲେ।ଜିଲ୍ଲାପାଳ ଶ୍ରୀ ପଣ୍ଡା ଜିଲ୍ଲାରେ କିପରି ଶାନ୍ତିଶୃଙ୍ଖଳାରେ ନିର୍ବାଚନର କାର୍ଯ୍ୟ ସରିବ ସେଥିପାଇଁ ସମସ୍ତଙ୍କୁ ସହଯୋଗ ଲଢ଼ିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ଉପଜିଲ୍ଲାପାଳ ଶ୍ରୀ ଦିଲ୍ଲୀପ କୁମାର ମହାରଣା , ଏ ଏସପି -ଶ୍ରୀ ବାମଦବେ ସିଂ, ଡିପିଓ ଉଲାସ ସେଠି , ସହକାରୀ ଜିଲ୍ଲାପାଳ ଜୁବୁଲୀ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

No Result
View All Result