No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୭ ଜାନୁଆରୀ ଗୁରୁବାର) ପୁରୀ :- ୭୩ ତମ ଗଣତନ୍ତ୍ର ଦିବସ ଅବସରରେ ଭାରତ ବିକାଶ ପରିଷଦ, ଶ୍ରୀ ଜଗନ୍ନାଥ ଧାମ ଶାଖା ପୁରୀ ତରଫରୁ ୨୪ ତମ ରକ୍ତଦାନ ଶିବିର ସ୍ଥାନୀୟ ଗୋପବନ୍ଧୁ ଆୟୁର୍ବେଦିକ ମହାବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭାରତ ବିକାଶ ପରିଷଦ ଓଡିଶା ପ୍ରାନ୍ତ ଅଧ୍ୟକ୍ଷ ଶୁଭାଶିଷ କର ଏବଂ ବ୍ଲଡ଼ବ୍ୟାଙ୍କ ଅଧିକାରୀ ଡ଼ଃ ଦୀପକ କୁମାର ସାହୁ, ଶାଖା ଅଧକ୍ଷ ମୁକ୍ତିକାନ୍ତ ଦାଶ,ସୁପ୍ରିତି ରଥ ପ୍ରମୁଖ ପ୍ରଦୀପ ପଜ୍ଜ୍ଵଳନ କରି ଶିବିର କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ ।

ଶ୍ରୀ ଜଗନ୍ନାଥ ଧାମ ଶାଖା ଦ୍ୱାରା ଆୟୋଜିତ ଏହି ରକ୍ତଦାନ ଦାନ ଶିବିର ରେ ୪୨ ଜଣ ସ୍ବେଚ୍ଛାକୃତ ରକ୍ତଦାତା ରକ୍ତଦାନ କରିଥିଲେ । ପଦ୍ମଲୋଚନ ମହାପାତ୍ର,ଡ଼ଃ କାମଦେବ ଦାସ, ସନ୍ତୋଷ ମହାନ୍ତି, ପ୍ରସନ୍ନ ମିଶ୍ର, କେଶବ ପାତ୍ର, ରାଜକିଶୋର ପାତ୍ର,ଦେବେନ୍ଦ୍ର ରଥ, ପ୍ରଫୁଲ୍ଲ ମିଶ୍ର,ମନୋଜ କୁ ସାମନ୍ତରାୟ,ଶରତ ଜୟସିଂ,ନିମେଇ ଚରଣ ସାହୂ,ପିତାମ୍ବର ମହାପାତ୍ର,,ବ୍ରଜକିଶୋରେ ନାୟକ, ଲାଲା ଅନନ୍ତ କୁମାର ସିଂହଁ ,

ଆଦି ବରିଷ୍ଠ ସଦସ୍ୟ ମାନେ ରକ୍ତଦାତା ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିର କୁ ରାମଚନ୍ଦ୍ର ଦଳାଇ, ଜୟନ୍ତୀ ମହାପାତ୍ର, ଦିବେନ୍ଦୁ ଶେଖର ଘୋଷ,ମୋନାଲିଶା ପଟନାୟକ,ବୁଧଦେବ ମହାପାତ୍ର, ମନିରାମ ଆଦି ପରିଚାଳନା କରିଥିଲେ ।ବ୍ଲଡ଼ବ୍ୟାଙ୍କ ତରଫରୁ ଲୋକନାଥ ଦଳେଇ,ମନୋରଞ୍ଜନ ଭୋଇ,ପ୍ରୀତି ରଞ୍ଜନ ନାୟକ,ଅମିତ ପାଢ଼ୀ,ଜିତେନ ନାୟକ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ ।

No Result
View All Result