No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୨୬ ଜାନୁଆରୀ ମଙ୍ଗଳବାର) ବରଗଡ଼ :- ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଳା ପ୍ରଶାସନ ପକ୍ଷରୁ କୋଭିଡ କଟକଣା ସହ ୭୩ ତମ ସ୍ବାଧିନତା ଦିବସ ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାର ଙ୍କ ଯୋଜନା ଓ ସମନ୍ୱୟ ତଥା ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ଼ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ବେହେରା ତାଙ୍କ ବକ୍ତବ୍ୟରେ ଭାରତର ବୃହତ୍ତମ ସମ୍ବିଧାନ ଆଜିର ଦିନରେ ସ୍ୱୀକୃତି ପାଇବା ସହିତ ଏହାର ପ୍ରଣେତା ଭାରତ ରତ୍ନ ଡ଼କ୍ଟର ଭୀମ ରାଓ ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ ।

ଭାରତକୁ ସ୍ୱାଧୀନ କରିଥିବା ସହିଦ ସଂଗ୍ରାମୀ ମାନଙ୍କର ଶ୍ରୁତି ଚାରଣ କରି ଭକ୍ତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ବୀର ମାଟିର ବୀର ସୁରେନ୍ଦ୍ର ସାଏ, ଘେଁସର ସହିଦ ମାଧୋ ସିଂ ଏବଂ ତାଙ୍କର ପରିବାରର ସ୍ୱାଧୀନତା ପାଇଁ ପ୍ରାଣ ବଳିଦାନର ବିରଳ ଦୃଷ୍ଟାନ୍ତ ବରଗଡ ମାଟିକୁ ଗୌରବ କରିଛି ଏବଂ ଏହାର ପର୍ଯ୍ୟଟନ,ସଂସ୍କୃତି ଏହାକୁ ଆନ୍ତର୍ଜାତିକ ସ୍ତରରେ ସ୍ୱତନ୍ତ୍ର ପରିଚୟ ଦେଇଛି ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । କବି ଗଙ୍ଗାଧର ମେହେର , ପଦ୍ମଶ୍ରୀ କୃତାର୍ଥ ଆଚାର୍ଯ୍ୟ , ପଦ୍ମଶ୍ରୀ ହଳଧର ନାଗ ଆଦିଙ୍କ ଅବଦାନ ଅବିଶ୍ଵରଣୀୟ ବୋଲି କହିଥିଲେ ଶ୍ରୀ ବେହେରା ।

ଏହି ଅବସରରେ ୧୪ ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମାନପତ୍ର ପ୍ରଦାନ କରି ସମ୍ୱର୍ଦ୍ଧିତ କରିଥିଲେ । ସକାଳେ ମୁଖ୍ୟ ଅତିଥି ଶ୍ରୀବେହେରା ମହାତ୍ମା ଗାନ୍ଧୀ , କବି ଗଙ୍ଗାଧର ମେହେର, ଡ଼କ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରିଥିଲେ । ଏହି ଉତ୍ସବରେ ଜିଲ୍ଲାପାଳ ଶ୍ରୀମତୀ ମୋନିଷା ବାନାର୍ଜୀ, ଆରକ୍ଷୀ ଅଧିକ୍ଷକ ରାହୁଳ ଜୈନ , ଅତିରିକ୍ତ ଜିଲ୍ଲାପାଳ ମିର୍ଧା ଟପ୍ପୋ, ପି.ଡି.ଡି. ଆର . ଡି. ଏ, କୁର୍ତ୍ତିବାସ ରାଉତଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାସ ଓ ତାଙ୍କ କର୍ମଚାରୀମାନେ ପରିଚାଳନା କରିଥିଲେ ।

No Result
View All Result