No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୮ ଜାନୁଆରୀ ମଙ୍ଗଳବାର ) ଭୁବନେଶ୍ୱର :- ଭୁବନେଶ୍ୱର ମହାନଗର ନିଗମର ୩୦ ନମ୍ବର ୱାର୍ଡ଼ରେ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ପାଇଁ ଏକ ତାଲିମ ଶିବିର ସହିଦନଗରସ୍ଥିତ ସାଇମନ୍ଦିର ପଡ଼ିଆ ନିକଟସ୍ଥ ସହିଦ କ୍ଲବ ପରିସରରେ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରତିଭା ସ୍ୱୟଂ ସହାୟକ ମହାସଂଘ, ସହିଦ ଭଗତସିଂ ସ୍ୱୟଂ ସହାୟକ ମହାସଂଘ ଓ ଅନନ୍ତ ବାସୁଦେବ ସ୍ୱୟଂ ସହାୟକ ମହାସଂଘର ଶତାଧିକ ମହିଳାମାନେ ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ମାନ୍ୟବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କହିଥିଲେ ଯେ, ମହିଳାମାନଙ୍କ କାର୍ଯ୍ୟଧାରାରେ ଖୁସି ହୋଇ ସରକାର ୨୧ଟି ବିଭାଗର ବିଭିନ୍ନ ଦାୟିିତ୍ୱ ଦେଇଛନ୍ତି ଏବଂ ଏସ୍ଏଚ୍ଜି ମା’ମାନେ ସଫଳତାର ସହ ନିଷ୍ଠାପର ଭାବେ ସ୍ୱଚ୍ଛତା ରଖି ସବୁ କାର୍ଯ୍ୟକ୍ରମକୁ ଆଗେଇ ନେଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ ସାକାର ହୋଇପାରିଛି ବୋଲି କହିଥିଲେ ।

ଆଗକୁ ମଧ୍ୟ ଏହିଭଳି ଅନେକ କାର୍ଯ୍ୟ ଦୃଢ ସଂକଳ୍ପ ନେଇ ସ୍ୱଚ୍ଛତାର ସହ ସଫଳତା ଅର୍ଜନ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହାତକୁ ମଜଭୁତ କରିବେ ବୋଲି ଆଶା ରଖିଛନ୍ତି । ଏପରିକି ଆଗାମୀ ଦିନରେ ମହିଳାମାନଙ୍କୁ ମିଟର ରିଡ଼ିଙ୍ଗ ସହିତ ବିଦ୍ୟୁତ୍ ବିଲ୍ ଆଦାୟ, ରାସନକାର୍ଡ଼ରେ ଚାଉଳ ବଣ୍ଟନ, ଏସ୍.ସି, ଏସ୍.ଟି ପିଲାଙ୍କ ପାଇଁ ହଷ୍ଟେଲରେ ଖାଦ୍ୟ ବିତରଣର ଦାୟିତ୍ୱ, ଆହାର କେନ୍ଦ୍ରରେ ଖାଦ୍ୟ ବିତରଣ ଦାୟିତ୍ୱ, ଅଙ୍ଗନବାଡ଼ି କେନ୍ଦ୍ରରେ ଛତା, ଜୋତା, ପୋଷାକ ଯୋଗାଣ ଦାୟିତ୍ୱ ଭଳି ଅନେକ ଗୁରୁ୍ତ୍ୱପୂର୍ଣ୍ଣ ଦାୟିତ୍ୱ ମାନ୍ୟବର ମୁଖ୍ୟମନ୍ତ୍ରୀ ଏସ୍ଏଚ୍ଜି ଗୋଷ୍ଠୀର ମା’ମାନଙ୍କ ହାତକୁ ଦେବା ପାଇଁ ସମ୍ପୂର୍ଣ୍ଣ ଭରସା ଓ ବିଶ୍ୱାସ ରଖିଛନ୍ତି ବୋଲି ଶ୍ରୀ ଜେନା ପ୍ରକାଶ କରିଥିଲେ ।

ଏହି ତାଲିମ ଶିବିରରେ ମିଶନ ଶକ୍ତିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. ଶକୁନ୍ତଳା ଗୌଡ଼, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ରାଜକିଶୋର ଦାସ, ଭୁବନେଶ୍ୱର ସମ୍ପାଦକ ସରୋଜ ପାତ୍ର ଏବଂ ଭୁବନେଶ୍ୱର ଯୁବ ସମ୍ପାଦକ ଦୀପକ ବେହେରା ଯୋଗ ଦେଇଥିବା ବେଳେ ପ୍ରତିଭା ସ୍ୱୟଂ ସହାୟକ ମହାସଂଘର ସଭାପତି ମାମାଲିକା, ସମ୍ପାଦିକା ରଶ୍ମିତା, ସହିଦ ଭଗତସିଂ ସ୍ୱୟଂ ସହାୟକ ମହାସଂଘର ସଭାପତି ରଞ୍ଜୁଲତା, ସମ୍ପାଦିକା ଅନୁସୟା, ଅନନ୍ତ ବାସୁଦେବ ସ୍ୱୟଂ ସହାୟକ ମହାସଂଘର ସଭାପତି ଶାନ୍ତିଲତା ଓ ସମ୍ପାଦିକ ନିହାରିକା ପ୍ରମୁଖ ଯୋଗ ଦେଇଥିଲେ ।

No Result
View All Result