No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୫ ଜାନୁଆରୀ ଶନିବାର) ରାୟଗଡ :- ବିଦ୍ୟୁତ ସଂସ୍ପର୍ଶରେ ଆସି ଯବାନ ଙ୍କ ମୃତ୍ୟୁ.ଘଟଣାରୁ ପ୍ରକାଶ ଯେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଏସ କରଡ଼ାସିଙ୍ଗି ପଂଚାୟତ ଅନ୍ତର୍ଗତ କୁରୁଗୁଵା ଗ୍ରାମର ତ୍ରିନାଥ ଶବର ଙ୍କ ପୁଅ ପର୍ଶୁରାମ ଶବର (24) ଏସ ଏସ ବି ଯବାନ ଭାବେ ଚାକିରୀ କରୁଥିଲେ l ସେ ବିହାର ଠାରେ ତାଲିମ୍ ନେଉଥିବା ବେଳେ ଗତକାଲି ଏସ ଏସ ବି ତାଲିମ୍ କେନ୍ଦ୍ର ଠାରେ ବିଦ୍ୟତୁ ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇ ଥିବା ସୂଚନା ଆସିଛି. ଯବାନଙ୍କ ମର୍ତ୍ୟୁ ଖବର ତାଙ୍କ ଘରେ ପହଂଚିବା ପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି l

ଆଜି ତାଙ୍କ ମୃତ୍ୟୁ ଖବର ଶୁଣି ରାୟଗଡ ବିଡ଼ିଓ ରାଜା ରଂଜିତ ପ୍ରତାପ ବଳ, ତହସିଲଦାର ଲୀଲାବତୀ ଆଚାଯ୍ୟ କୁରୁଗୁଵା ଗ୍ରାମକୁ ଯାଇ ତାଙ୍କ ବାପା ତ୍ରିନାଥ ଶବରଙ୍କୁ ସମବେଦନା ଜଣାଇ ଛନ୍ତି l ଖବର ନେବାରୁ ଜଣାପଡିଛି ଯେ ବିହାର ରାଜ୍ୟ ସୁପୋଲ ଜିଲାରେ ଥିବା SSB ର 45ତମ ବାଟାଲିୟନ ବିରୁପୁର କ୍ୟାମ୍ପ ରେ ତାଲିମ୍ କେନ୍ଦ୍ରର ଜଣେ ଉଚ୍ଚ ପଦାଧିକାରୀଙ୍କ ବଦଳି ହାଇଥିବାରୁ ବିଦାୟ କାଳୀନ ସମାରୋହ ବୁଧବାର ଦିନ ଆୟୋଜନ ହୋଇଥିଲା.ତେବେ ଶୁକ୍ରବାର ମଧ୍ୟାହ୍ନ ରେ ଟ୍ରେନିଂ ଯବାନ ମାନେ ଟେଣ୍ଟ ଖୋଲୁ ଥିବା ବେଳେ ଟେଣ୍ଟ ଉପର ଦେଇ ଯାଇଥିବା ଉଚ୍ଚ ସଂପନ ବିଦ୍ୟୁତ ସଂସ୍ପର୍ଶ ରେ ଟେଣ୍ଟର ପାଇପ ଲାଗିଯାଇଥିଲା. ଫଳରେ ସେହି କାମରେ ଥିବା ସମସ୍ତ ଯବାନ ଏକ ସଙ୍ଗେ ବିଦ୍ୟୁତ ଆଘାତର ଶିକାର ହଇଥିଲେ l

ସେଥିରେ ଆଠ ଜଣ ଆହତ ଓ ତିନି ଜଣ ଯବାନ ଙ୍କ ମୃତ୍ୟୁ ହୋଇଛନ୍ତି.ସମସ୍ତ ମୃତ ଯବାନଙ୍କ ଶରୀର କୁ ବିହାର ରୁ ଦିଲ୍ଲୀ ନିଆଯିବ ଓ ଦିଲ୍ଲୀ ରେ ସେମାନଙ୍କୁ ଗାର୍ଡ ଅଫ ହୋନର ଦିଆଯିବା ପରେ ନିଜ ଘରକୁ ପଠାଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମେଳିଛି l ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି

No Result
View All Result