No Result
View All Result
ଓଡ଼ିଶା ତାଜା ନ୍ୟୁଜ୍ (୧୨ ଜାନୁଆରୀ ବୁଧବାର ) ପାରଳାଖେମୁଣ୍ଡି :- ପୁର୍ବତନ ବିଧାୟକ ତଥା ଲଢୁଆ ଚାଷୀ ନେତା ବିଜୟ କୁମାର ଜେନାଙ୍କ ୯୦ ବର୍ଷ ବୟଷରେ ଦେହାନ୍ତ । ଗୁରାଣ୍ଡି ସ୍ଥିତ ତାଙ୍କ ପୈତୃକ ଘରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ହୃଦଘାତ ରୋଗରେ ପିଡୀତ ହୋଇ ଚିକିତ୍ସିତ ହେଉଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀରୁ ସ୍ବାଧୀନ ବିଧାୟକ ଭାବେ ସେ ଦୁଇ ଦୁଇ ଥର ନିର୍ବାଚିତ ହୋଇଥିଲେ ।
ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛିପୂର୍ବତନବିଧାୟକବିଜୟ କୁମାର ଜେନା ଙ୍କବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ କେ.ସୁରିୟା ରାଓ, ବରିଷ୍ଠ ବିଜେଡି ନେତା ତଥା ହାଇଟେକ ଅନୁଷ୍ଠାନର ଅଧକ୍ଷ ଡ. ତିରୁପତି ପାଣିଗ୍ରାହୀ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ଗଜପତି ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଗରୁଡ଼ ଧ୍ଵଜ ଚୌଧୁରୀ,
ସାଧରଣ ସଂପାଦକ ତାରିଣୀ ପ୍ରସାଦ ପଣ୍ଡା, ବରିଷ୍ଠ ବିଜେଡି ନେତା ବସନ୍ତ କୁମାର ଦାସ, ଲକ୍ଷ୍ମୀକାନ୍ତ ପରିଚ୍ଛା, ପୂର୍ବତନ ଉପନଗର-ପାଳ ସଞ୍ଜୟ ଅଧିକାରୀ, ଅଭିମନ୍ୟୁ ପଣ୍ଡା, ଦେବେନ୍ଦ୍ର ଦାସ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହଶୋକ ସନ୍ତେପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି l ପୂର୍ବତନ ବିଧାୟକ ସ୍ୱର୍ଗତ ଜେନାଙ୍କ ମୃତ୍ୟୁ ଗଜପତି ଜିଲ୍ଲା ପାଇଁ ଅପୂରଣୀୟ କ୍ଷତି ବୋଲି କହିଛନ୍ତି l

No Result
View All Result