No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୮ ଡିସେମ୍ବର ମଙ୍ଗଳବାର) ବଡ଼ ଚଣା :- ବଡ଼ ଚଣା ବ୍ଲକ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶିକ୍ଷକ ଭବନ ଠାରେ ଶପଥ ପାଠ ଉଶ୍ଚବ ଅନୁଷ୍ଠିତ ହୋଇ ଯାଉଛି । ଏହି କାର୍ଯ୍ୟ କ୍ରମରେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସରକାର ଶିକ୍ଷା ବ୍ୟବସ୍ଥାକୁ 5t ରେ ଅନ୍ତର୍ଭୁକ୍ତ କରି ସାରା ରାଜ୍ୟରେ ସରକାରୀ ବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଜ୍ଞାନ କୌଶଳ ଯୁକ୍ତ ବିତ୍ତିଭୂମି ଓ ସ୍ମାର୍ଟ ଶିକ୍ଷା ପ୍ରଦାନ କରିବାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଛନ୍ତି ।

ଏହି କାର୍ଯ୍ୟ କ୍ରମରେ ବଡ ଚଣା ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇ ଯୋଗଦେଇ ଥିଲାବେଳେ,ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ହୃଦାନନ୍ଦ ଦ୍ବିବେଦୀ,ଉପ ସଭାନେତ୍ରୀ ସଂଗୀତା ଦାଶ୍,ସହ ସମ୍ପାଦିକା ଚାରୂଲତା ମହାପାତ୍ର, ପ୍ରମୁଖ ବହୁ ବରିଷ୍ଠ ଶିକ୍ଷକ କର୍ମକର୍ତ୍ତା ମାନେ ଯୋଗ ଦେଇଥିବା ବେଳେ,ପ୍ରକାଶ କୁମାର ବେହେରା ଯୋଗ ଦେଇଥିବା ସମସ୍ତ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଜଣାଇ ଥିଲେ ।

No Result
View All Result