No Result
View All Result

ଓଡ଼ିଶା ତାଜା ନ୍ୟୁଜ୍ (୨୨ ଡିସେମ୍ବର ବୁଧବାର ) ରଣପୁର :- ଏହି ଆଦର୍ଶ ବିଦ୍ୟାଳୟକୁ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭରଚୁଆଲ ମାଧ୍ୟମରେ ତା.୧୪.୧୨. ୦୨୧ ରିଖରେ ଶୁଭ ଉଦ୍ଘାଟନ କରିଥିଲେ । ଅଦ୍ୟ ମାନ୍ୟବର ଲୋକସଭା ସାଂସଦ ପୁରୀ ଶ୍ରୀଯୁକ୍ତ ପିନାକୀ ମିଶ୍ର, ମାନ୍ୟବର ବିଧାୟକ ରଣପୁର ଶ୍ରୀଯୁକ୍ତ ସତ୍ୟନାରାୟଣ ପ୍ରଧାନ (ବାଦଲ ଭାଇ), ମାନ୍ୟବର ଜିଲ୍ଲାପାଳ ନୟାଗଡ ଡ. ପୋମା ଟୁଡୁ, ବ୍ଲକ ଅଧକ୍ଷା ଶ୍ରୀମତୀ ନିରୁପମା ,

ପ୍ରଧାନ, ଇଂ. ପ୍ରମୋଦ କୁମାର ଧର (ପୁ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ, ନୟାଗଡ), ଶ୍ରୀ ଅକୃର ବାରିକ (ଜିଲ୍ଲା ଶିକ୍ଷାଧିକାରୀ, ନୟାଗଡ), ଶ୍ରୀ ରତ୍ନାକର ପାଣି (ମଣ୍ଡଳ ଶିକ୍ଷାଧିକାରୀ, ରଣପୁର) ତଥା ଆଦର୍ଶ ବିଦ୍ୟାଳୟ, ରଣପୁରର ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥିତିରେ ଅଦ୍ୟ ତା ୨୨-୧୨-୨୦୨୧ ରିଖରେ ଶ୍ରେଣୀଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛିଛି ।

ଏତଦ୍ ବ୍ୟତୀତ ଉକ୍ତ ଆଦର୍ଶ ବିଦ୍ୟାଳୟ ପାଇଁ ନିମ୍ନଲିଖିତ ଅନୁଦାନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ଆର୍ଥୀକ ବର୍ଷରେ ଅନୁମୋଦନ କରିଛନ୍ତି । ୧୦୦ ଶଯ୍ୟା ବିଶିଷ୍ଟ ବଳିକା ଆବାସ ପାଇଁ ୪୧୫.୭୧ ଲକ୍ଷ ଟଙ୍କା ଓ ରାସ୍ତା, ଡ୍ରେନ୍, ମୁଖ୍ୟ ଦ୍ୱାର, ପ୍ରାଚେରି – ୮୬.୫୩ ଲକ୍ଷ , ୧୦ ଏକର ଜମିର ପ୍ରାଚେରି – ୪୫.୧୦ଲକ୍ଷ

ଏହି କାର୍ଯ୍ୟ ସରକାରୀ ନିୟମ ଅନୁଯାୟୀ ଟେଣ୍ଡର କରାଯାଇଥିବା ବେଳେ ଏହି କାର୍ଯ୍ୟ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ସଂପୁର୍ଣ୍ଣ କରାଯିବ ଏହି ବାର୍ତା ରଣପୁର ବିଧାୟକ ସତ୍ୟ ନାରାୟଣ ଗୃହ ପ୍ରବେଶ ଉଦଘାଟନୀ ସଭା ରେ ପ୍ରକାଶ କରିଥିଲେ ଏବଂ ଏହି କାର୍ଯ୍ୟ କୁ ଖୁବ ଶୀଘ୍ର ଆଦର୍ଶ ବିଦ୍ୟାଳୟ ର ହଷ୍ଟେଲ ନିମିତ୍ତ ଉଦ୍ଧିଷ୍ଟ ହେବ ଏଥିପାଇଁ । ଆଜି ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀ ଓ ଅଭିଭାବକ , ଶିକ୍ଷକ ଉପସ୍ଥିତ ଥିଲେ ।

ଏଥିରେ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ପାଳନ କରାଯାଇଥିଲା । ଏବଂ ଆଦର୍ଶ ବିଦ୍ୟାଳୟ ଗୃହ ପ୍ରବେଶ କାର୍ଯ୍ୟକ୍ରମ ଓ ଶିକ୍ଷା ର ଅଗ୍ରଗତି କୁ ନେଇ ସରକାର ଙ୍କ ର ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଓ ଉଦଘାଟନ ଭବିଷ୍ୟତ ପାଇଁ ଶିକ୍ଷା ବ୍ୟବସ୍ଥା ରେ ଅବ୍ୟାହତ ରହିବ ବୋଲି ସ୍ଥାନୀୟ ଜନସାଧାରଣ ଓ ଅନ୍ୟାନ୍ୟ ବୁଦ୍ଧିଜୀବି ମହଲରେ ପ୍ରଶଂସା ଛୁଟି ଆସୁଛି ।

ଉକ୍ତ କାର୍ଯ୍ୟରେ ପୁର୍ତ୍ତ ବିଭାଗ ର ସହକାରୀ ଯନ୍ତ୍ରୀ ଶ୍ରୀ ଦୟାନିଧି ରାୟଗୁରୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମ୍ପାଦିତ ହୋଇ ଅଛି । ଯେ କି , ସରକାର ଦ୍ୱାରା ଜିଲ୍ଲାରେ ପ୍ରଥମ କରି କାର୍ଯ୍ୟ ସମ୍ପାଦନ କରିଛନ୍ତି । ଏବଂ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ଗୌତମ ପଟ୍ଟନାୟକ ଉକ୍ତ କାର୍ଯ୍ୟ କୁ ସୁଚାରୁ ରୂପେ କରିଥିବାରୁ ମଞ୍ଚରେ ବିଧାୟକ ଙ୍କ ଠାରୁ ସମ୍ମାନୀତ ହୋଇଛନ୍ତି ।

No Result
View All Result