• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଗଜପତି ଜିଲ୍ଲା ମୋହନା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ଶୀତର ପ୍ରୋକପ ବୃଦ୍ଧି

Proprietor Abhimanyu Maharana by Proprietor Abhimanyu Maharana
December 21, 2021
in ଓଡ଼ିଶା, ଗଜପତି, ଗଞ୍ଜାମ, ମହାନଗର, ହୋମ୍
0
ଗଜପତି ଜିଲ୍ଲା ମୋହନା ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଗୁଡିକରେ ଶୀତର ପ୍ରୋକପ ବୃଦ୍ଧି
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ୍ (୨୦ ଡିସେମ୍ବର ସୋମବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ମୋହନା ବ୍ଳକର ୩୯ଟି ପଞ୍ଚାୟତରେ କିଛି ଦିନ ହେଲା ଶୀତର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ଗମାଞ୍ଚଳର ଲୋକେ ଜାଡ ଯୋଗୁଁ ନାହିଁନଥିବା ଅସୁବିଧାର ସମ୍ମ୍ମଖୀନ ହେଉଛନ୍ତି। ପାରଦ ଦିନକୁ ଦିନ ଖସିବାରେ ଲାଗିଛି । ଫଳରେ ଥଣ୍ଡାର ପ୍ରକୋପ ମଧ୍ୟ ବଢିବାରେ ଲାଗିଛି । ତା ସାଙ୍ଗକୁ ସକାଳ ୯ଟା ଯାଏଁ ଘନ କୁହୁଡ଼ି ମଧ୍ୟ ଲାଗି ରହୁଛି । ରବିବାର ମୋହନାର ତାପମାତ୍ରା ୧୨ଡିଗ୍ରୀ ସେଲସିୟସକୁ ଖସିଥିବାବେଳେ ଆଗକୁ ତାପମାତ୍ରା ଆହୁରି କମିବାର ସମ୍ଭାବନା ରହିଥିବା ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି ।

ଘନ କୁହୁଡିର ଚାଦର ତଳେ ସାରା ମୋହନା ବ୍ଲକ ଆଚ୍ଛାଦିତ ହୋଇ ରହୁଛି । କୁହୁଡି ଯୋଗୁ ମୁହଁକୁ ମୁହଁ ଦେଖାଯାଉନି । ଫଳରେ ସକାଳ ୯ଟା ପୂର୍ବରୁ ଘରୁ ପଦାକୁ ବାହାରି ପାରୁ ନାହାନ୍ତି ଲୋକେ । ସଞ୍ଜ ନଇଁବା କ୍ଷଣି ଥଣ୍ଡା ମାଡି ଆସୁଛି। ଫଳରେ ରାସ୍ତାଘାଟ ମଧ୍ୟ ଜନଶୁନ୍ୟ ହୋଇ ପଡୁଛି। ତା ସାଙ୍ଗକୁ ଦୋକାନ ବଜାର ବି ଖାଁ ଖାଁ ଲାଗୁଛି । କି ବୁଢା କି ପିଲା ସଭିଏ ନିଆଁ ଜାଳି ନିଆଁ ପାଖରେ ଦିନରାତି ବସି ରହୁଛନ୍ତି । ଉପାନ୍ତ ଅଞ୍ଚଳର ଘଞ୍ଚ ଜଙ୍ଗଲ ଓ ପାହାଡ଼ ଘେରା ମଧ୍ୟରେ ରହୁଥିବା ଲୋକେ ଜାଡ ସହିନପାରି କେବଳ କାଠ ନିଆଁକୁ ଭରସା କରି ତାରି ପାଖରେ ବସି ରହୁଛନ୍ତି।

ସେମାନଙ୍କ ପାଖରେ ଅର୍ଥର ଅଭାବ ରହିଥିବାରୁ କିଣି ପାରୁନାହାନ୍ତି କମ୍ବଳ ଓ ଶୀତବସ୍ତ୍ର । ଥଣ୍ଡା ବଢି ଯିବା ଫଳରେ ସକାଳୁ କାମକୁ ଯିବା ଲାଗି ଅମଙ୍ଗ ହେଉଛନ୍ତି ଦିନ ମଜୁରିଆ । ଥଣ୍ଡା ବଢିବା ଫଳରେ ଏବେ ଗରମ ପୋଷାକର ଚାହିଦା ବଢିବାରେ ଲାଗିଛି ଫଳରେ ଅଡବା, ଚନ୍ଦ୍ରଗିରି, ଲୁହାଗୁଡି, ମୋହନା, ଚାନ୍ଦିପୁଟ ,ଅନ୍ତରବା, ଚୁଡଙ୍ଗପୁର, ବିରିକୋଟ, ପାଣିଗଣ୍ଡା ଆଦି ଗ୍ରାମ ଗୁଡିକରେ ଦୋକାନୀମାନେ ଶୀତବସ୍ତ୍ରର ପସରା ଖୋଲିଥିବା ଦେଖାଯାଉଛି। ଲୋକେ ମଧ୍ୟ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ କିଣାକିଣି କରୁଥିବା ଦେଖିବାକୁ ମିଳୁଛି।

ସେହିପରି ବ୍ଳକର ଦୁର୍ଗମ ଅଞ୍ଚଳଗରଡମା ଶିମିଳି.ମୋହନାଗୁଡାରାଇପଙ୍କା, ମାନ୍ଦ୍ରାବାଜୁ
ମଳାସପଦର,କଟାମା,ଡେଙ୍ଗେସଖାଲ,ଗୁଲୁବା,ମାଣ୍ଡିମେରା,ରାଜଖମା,ଢ଼େପାଗୁଡା, ବାଲିଗଣ୍ଡା
ଚୁଡଙ୍ଗପୁର, ଅନ୍ତରବା, ଶିଆଳିଲଟି, ବାମ ଦେଇ ପଦା,ପଣସଢିଅ , ଖାରିଗୁଡା ଆଦି ଅଞ୍ଚଳରେ ମଧ୍ଯ ତାପମାତ୍ରା ୧୦ ଡିଗ୍ରୀ ଥିବାରୁ ଏସବୁ ସ୍ଥାନରେ ଏବେ ପ୍ରବଳ ଥଣ୍ଡା ଅନୁଭୁତ ହେଉଛି।ତେବେ ଏବେ ପର୍ଯ୍ୟଟନ ରୂତୁ ହୋଇଥିବାରୁ ଗଜପତି ଜିଲ୍ଲାର ମହେନ୍ଦ୍ରଗିରି,ଗଣ୍ଡାହାତୀ, ଗୁଦୁଗୁଦା, ଖସଡା, ମାଙ୍କଡଡିଆଁ | ,

ଜିରାଙ୍ଗ ବୌଦ୍ଧ ମନ୍ଦିର, ହରଭଙ୍ଗି ଜ୍ୟାମ, ବ୍ରାହ୍ମଣୀଦେବୀ ଜଳ ପ୍ରପାତ ଆଦି ମନୋରମ ପ୍ରାକୁତିକ ପରିବେଶକୁ ମନଭରି ଉପଭୋଗ କରିବା ଲାଗି ଜିଲ୍ଲାରେ ଥିବା ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଗୁଡିକରେ ବଣଭୋଜିର ଆସର ସାଙ୍ଗଙ୍କୁ ରାଜ୍ୟ ଓ ରାଜ୍ୟ ବାହାରର ପର୍ଯ୍ୟଟକ ମାନଙ୍କ ଆସ୍ତେ ଆସ୍ତେ ଭିଡ଼ ଜମିବାରେ ଲାଗିଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

ଓଡଖଣ୍ଡ କଲେଜ ଅଧ୍ୟକ୍ଷାଙ୍କୁ ଅବସର ସମ୍ବର୍ଦ୍ଧନା

May 2, 2026
ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

ବୁଦ୍ଧ ଆମ୍ବେଦକର ମିଶନ ପକ୍ଷରୁ ପବିତ୍ର ବୁଦ୍ଧ ଜୟନ୍ତୀ ଉତ୍ସବ ପାଳିତ

May 2, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

ଭାରତ ମସଲାର ନୂତନ ବ୍ରାଣ୍ଡ ଟିଭିସି ବଲିଉଡ ଅଭିନେତା ବବି ଦେଓଲ୍ ଙ୍କୁ ନେଇ ଉନ୍ମୋଚିତ

May 2, 2026
ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

ମହାନଦୀ ସୁପରଫାଷ୍ଟ ପକ୍ଷରୁ ଆଲୋଚନାଚକ୍ର ଏବଂ ଓଡ଼ିଶା ଉତ୍କର୍ଷ ସମ୍ମାନ ପୁରସ୍କାର ପ୍ରଦାନ

May 2, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version